ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିସ୍‌ଙ୍କ ଅନ୍ତରୀଣ ଜାମିନ ଅବଧି ବଢ଼ିଲା

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅନ୍ତୀରଣ ଜାମିନ ଅବଧି ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦିଲ୍ଲୀର ପତିଆଲା ହାଉସ୍ କୋର୍ଟ ଜ୍ୟାକ୍‌ଲିନ୍‌ର ଆବେଦନ ଉପରେ ରାୟ ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖିବା ସହ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି କରିଛନ୍ତି । ରାୟ ପ୍ରସ୍ତୁତ ହୋଇନଥିବା ପତିଆଲା ହାଉସ୍‌ସ୍ଥିତ ସ୍ୱତନ୍ତ୍ର ଜଜ୍ ଶୈଳେନ୍ଦ୍ର ମଲିକଙ୍କ କୋର୍ଟ କହିଛନ୍ତି । ଜ୍ୟାକ୍‌ଲିନ୍‌ଙ୍କ ଜାମିନ ଅବଧି ନଭେମ୍ବର ୧୦ ତାରିଖରେ ଶେଷ ହୋଇଯାଇଥିଲା । ଏଥିପାଇଁ ସେ ଗୁରୁବାର ପୁଣିଥରେ ଜାମିନ ପାଇଁ ଆବେଦନ କରିଥିଲେ । କୋର୍ଟ ଅଭିନେତ୍ରୀ ଏବଂ ଇଡି ପକ୍ଷରୁ ହାଜର ଓକିଲଙ୍କ ଯୁକ୍ତି ଶୁଣିବା ପରେ ଆଦେଶ ସୁରକ୍ଷିତ ରଖିଥିଲେ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୬ ତାରିଖରେ କୋର୍ଟ ଜ୍ୟାକ୍‌ଲିନ୍‌ଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।