ଟ୍ୱିଟର ସିଇଓ ପଦରୁ ଜ୍ୟାକ୍ ଡୋର୍ସି ଙ୍କ ଇସ୍ତଫା ,ଜଣେ ଭାରତୀୟ ଙ୍କୁ ମିଳିବ ଦାୟିତ୍ୱ

ଟ୍ୱିଟର ସିଇଓ ଜ୍ୟାକ୍ ଡୋର୍ସି ଇସ୍ତଫା ଦେଇଛନ୍ତି। ଡୋର୍ସି ଉଭୟ ଟ୍ୱିଟର ଏବଂ ସ୍କୋୟାରର ସିଇଓ ଭାବରେ କାର୍ଯ୍ୟ କରୁଥିଲେ । ଇନଭେଷ୍ଟମେଣ୍ଟ ଫାର୍ମ କମ୍ପାନୀର ମ୍ୟାନେଜମେଣ୍ଟ ସହିତ ଚୁକ୍ତି କରିବା ପୂର୍ବରୁ ଟୁଇଟର ହିତାଧିକାରୀ ଇଲିୟଟ୍ ମ୍ୟାନେଜମେଣ୍ଟ ୨୦୨୦ ମସିହାରେ ଜ୍ୟାକ୍ ଡୋର୍ସିଙ୍କୁ ସିଇଓ ଭାବେ ବଦଳାଇବାକୁ ଚାହିଁଥିଲେ। ବର୍ତ୍ତମାନ କମ୍ପାନୀର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ( ଚିଫ ଟେକ୍ନୋଲୋଜି ଅଫିସର)ପରାଗ ଅଗ୍ରୱାଲଙ୍କୁ ଏହି ଦାୟିତ୍ୱ ଦିଆଯିବ ।
ଇଲିୟଟ୍ ମ୍ୟାନେଜମେଣ୍ଟ ର ପ୍ରତିଷ୍ଠାତା ତଥା ବିଲିୟନେୟାର ନିବେଶକ ପଲ୍ ସିଙ୍ଗର କହିଥିଲେ ଯେ ଜ୍ୟାକ୍ ଡୋର୍ସି ଦୁଇଟି ସାର୍ବଜନିକ କମ୍ପାନୀର ସିଇଓ ପଦରୁ ଗୋଟିକରେ ଇସ୍ତଫା ଦେବା ଉଚିତ୍। ବର୍ତ୍ତମାନ ଡୋର୍ସି ପଦ ଛାଡିବା ପରେ ନୂତନ ସିଇଓ ପାରାଗ ଅଗ୍ରୱାଲଙ୍କୁ ଟ୍ୱିଟରର ଆଭ୍ୟନ୍ତରୀଣ ଲକ୍ଷ୍ୟ ପୂରଣ କରିବାକୁ ପଡିବ। ଚଳିତ ବର୍ଷ ପ୍ରାରମ୍ଭରେ ଏ ସମ୍ପର୍କରେ କମ୍ପାନୀ କହିଥିଲା ଯେ ୨୦୨୩ ଶେଷ ସୁଦ୍ଧା ଦୈନିକ ୩୧୫ ନିୟୁତ ସକ୍ରିୟ ଉପଭୋକ୍ତା କରିବା ଏବଂ ବାର୍ଷିକ ଆୟକୁ ଦୁଇଗୁଣ କରିବା ପାଇଁ ଲକ୍ଷ୍ୟ ରଖିବାକୁ ପଡିବ ।

ତେବେ କହି ରଖୁଛୁ କି ଟ୍ୱିଟରରେ ପ୍ରଥମ ଟ୍ୱିଟ୍ ଏହାର ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ସି ପୂର୍ବରୁ ଥରେ ଇସ୍ତଫା ଦେଇଛନ୍ତି I ଜୁଲାଇ ୨୦୦୬ ରେ, ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ଲଞ୍ଚ କରାଯାଇଥିଲା I ଟ୍ୱିଟରରେ ପ୍ରଥମ ଟ୍ୱିଟ୍ ଏହାର ସହ-ପ୍ରତିଷ୍ଠାତା ତଥା ସିଇଓ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା କରାଯାଇଥିଲା। ସିଇଓ ଭାବରେ ଡୋର୍ସିଙ୍କ ପ୍ରଥମ କାର୍ଯ୍ୟକାଳ ୨୦୦୮ ପର୍ଯ୍ୟନ୍ତ ଚାଲିଥିଲା ​​I ସିଇଓ ଡିକ୍ କୋଷ୍ଟୋଲୋ ପଦ ଛାଡିବା ପରେ ସେ ୨୦୧୫ ରେ ବସ୍ ଭାବରେ ଟ୍ୱିଟରକୁ ଫେରିଥିଲେ। ଆଜି ସମଗ୍ର ବିଶ୍ୱରେ ଟ୍ୱିଟରର ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି I

Comments (0)
Add Comment