ଟ୍ବିଟର ବୋର୍ଡ ସଦସ୍ୟ ପଦ ରୁ ଇସ୍ତଫା ଦେଲେ ଜ୍ୟାକ୍ ଡୋର୍ସି

ଟେସଲା ସିଇଓ ଏଲନ୍ ମସ୍କ ଏବଂ ଟ୍ବିଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଟ୍ବିଟରରେ ଥିବା ଫେକ୍ ସ୍ପାମ୍‌କୁ ନେଇ ଏହି ବିବାଦ ଜାରି ରହିଛି । ଏସବୁ ଭିତରେ ଏବେ ଏକ ନୂଆ ଖବର ଶୁଣିବାକୁ ମିଳୁଛି । ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି ଟ୍ବିଟର ବୋର୍ଡ ସଦସ୍ୟ ପଦ ରୁ ଇସ୍ତଫା ଦେଇଛନ୍ତି ।

ଗତବର୍ଷ ଜ୍ୟାକ୍ ଟ୍ବିଟର ସିଇଓ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଟ୍ବିଟର ସିଟିଓ ପରାଗ ଅଗ୍ରଓ୍ବାଲଙ୍କୁ ସିଇଓ ପଦ ଦିଆଯାଇଥିଲା । ସିଇଓ ପଦରୁ ଇସ୍ତଫା ଦେବା ପରେ କମ୍ପାନୀ କହିଥିଲା ଯେ, ସେ ଟର୍ମ ଶେଷ ହେବା ଯାଏଁ ବୋର୍ଡ ମେମ୍ବର ହିସାବରେ ରହିବେ । ତେବେ ତାଙ୍କ ଟର୍ମ କାଲି ଶେଷ ହୋଇଛି । ଏହାପରେ ବୋର୍ଡର ଆନୁଆଲ ସେୟାରହୋଲ୍ଡ ମିଟିଂ ବେଳେ ନିର୍ବାଚନରେ ଜ୍ୟାକ୍ ଡୋର୍ସି ଭାଗ ନେଇନଥିଲେ ।

ଜ୍ୟାକ୍ ଡୋର୍ସିଙ୍କ ଇସ୍ତଫା ନେଇ ବ୍ଲୁମ୍‌ବର୍ଗ ରିପୋର୍ଟ କରିଛି । ଟ୍ବିଟର ସିଇଓ ପଦ ଛାଡିବା ପରେ ଜ୍ୟାକ୍ ଡୋର୍ସି କହିଥିଲେ ଯେ, ସେ କମ୍ପାନୀ ଛାଡିବାକୁ ଏଥିପାଇଁ ନିଷ୍ପତ୍ତି ନେଇଛନ୍ତି କି ସେ ବିଶ୍ବାସ କରୁଛନ୍ତି ଯେ କମ୍ପାନୀ ଏବେ ଏହାର ଫାଉଣ୍ଡର ମେମ୍ବର୍ସରୁ ଆଗକୁ ବଡିବାକୁ ପ୍ରସ୍ତୁତ ଅଟେ ।

ଟ୍ବିଟର ସିଇଓ ପରାଗ ଅଗ୍ରଓ୍ବାଲଙ୍କ ଉପରେ ତାଙ୍କର ଗଭୀର ବିଶ୍ବାସ ରହିଛି । ତାଙ୍କ ସ୍କିଲ୍ସକୁ ନେଇ ସେ କୃତଜ୍ଞ । ଲିଡ୍ କରିବା ପାଇଁ ଏବେର ଏହି ସମୟ । ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରଓ୍ବାଲ ଏବେବି ଟ୍ବିଟରର ସିଇଓ ଅଛନ୍ତି । କିନ୍ତୁ ଏଲନ୍ ମସ୍କଙ୍କ ସହ ତାଙ୍କର ମତଭେଦ ନେଇ ଲଗାତର ଖବର ଆସୁଛି ।