ପୁଣି ଫେରିଲା ତାତି, ୪୧ ଟପିଲା ତାପମାତ୍ରା

ଭୁବନେଶ୍ବର: ପୁଣି ସ୍ବାଭାବିକ ୪୦ ଟପିଲା ତାପମାତ୍ରା । ଦିନ ୨.୩୦ ସୁଦ୍ଧା ଭୁବନେଶ୍ବରରେ ୪୧.୬ ଡିଗ୍ରୀ ରେକର୍ଡ । ତେବେ ରାଜ୍ୟରେ ଅସହ୍ୟ ତାତି ଜାରି ରହିଥିବା ବେଳେ ଗତକାଲି ରେକର୍ଡ ପାର୍ ତାତିରୁ ଟିକେ ଆଶ୍ବସ୍ତି ମିଳିଥିଲା । ପୁଣି ଆଜି ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଦିନ ୨ଟା ୩୦ ସୁଦ୍ଧା ୪୨. ୫ ଡିଗ୍ରୀ ତାପମାତ୍ରା ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ବୋଲି ସୂଚନା ପ୍ରଦାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି କ୍ରମରେ ଝାରସୁଗୁଡା ୪୨.୧ ଡିଗ୍ରୀ, ହୀରାକୁଦ ୪୧.୮ ଡିଗ୍ରୀ, ରାଉରକେଲା ୪୦.୬ ଡିଗ୍ରୀ, ବାଲେଶ୍ୱର ୩୯.୮, ଚାନ୍ଦବାଲି ୩୮.୨, ଗୋପାଳପୁର ୩୫, ପାରାଦୀପ ୩୪.୬, ପୁରୀ ୩୫.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।