ପ୍ରତ୍ୟକ ମଣିଷ ଜୀବନ ର ଆରମ୍ଭ ର ସକାଳ ସମୟ ରୁ ହିଁ ହୋଇଥାଏ ଇ ସକାଳ ସମୟ ର ଏକ ସ୍ୱତନ୍ତ୍ର ପରିଚୟ ଥାଏ I ଏହି ସମୟରେ ଘଟୁଥିବା ଭଲ ଏବଂ ଖରାପ ଘଟଣାଗୁଡ଼ିକ ଆପଣଙ୍କ ମନ ଉପରେ ପୁରା ପ୍ରଭାବ ପକାଇବା ସହିତ ପୁରା ଦିନର କାର୍ଯ୍ୟ ନିର୍ଣ୍ଣୟ କରେ, ତେଣୁ ଲୋକମାନେ ସେମାନଙ୍କର ସକାଳର କାର୍ଯ୍ୟ ବିଷୟରେ ବହୁତ ସତର୍କ ରୁହନ୍ତି I ଏଥି ସହିତ, ସକାଳେ ଯଦି ଏହି ସୂଚନା ଗୁଡିକୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ I ସକାଳେ ମିଳୁଥିବା ଏହି ସୂଚନା ଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ ଇ ତେଣୁ ଆଜି ଆମେ ଏପରି କିଛି ସୂଚନା ବିଷୟରେ କହୁଚୁ ଯାହା ଆପଣଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଆସିଥାଏ I
ସକାଳ ର ଶୁଭ ସୂଚନା
ଆପଣ ସକାଳେ ଆଖି ଖୋଲିବା ମାତ୍ରେ ଯଦି କାନରେ ଶଙ୍ଖ , ମନ୍ଦିର ଘଣ୍ଟି କିମ୍ବା ମନ୍ତ୍ର ଜପ ଶବ୍ଦ ଶୁଣାଯାଏ, ତେବେ ଜାଣନ୍ତୁ ସେହି ଦିନ ଆପଣ କିଛି ଭଲ ଖବର ପାଇବେ କିମ୍ବା କାର୍ଯ୍ୟରେ ସଫଳତା ମିଳିବ I
ସକାଳେ ଆପଣ ଘରୁ ବାହାରିବା ମାତ୍ରେ, ଯଦି ରାସ୍ତାରେ ଝାଡୁଦାର ସଫା କରୁଥିବ କିମ୍ବା ଅଳିଆ ସଫା କରୁଥିବାର ଦେଖିବେ ତେବେ ଏହା ଧନ ଲାଭ ର ସଙ୍କେତ ହୋଇଥାଏ I
ସକାଳେ ଯଦି ଧଳା ଗାଈ ଦୁଆର ମୁହଁ ରେ ହମ୍ବାଳୁଥାଏ ତେବେ ଜାଣିଯିବେ ଏହା ଘରକୁ ଆସୁଥିବା ସୁଖର ସଙ୍କେତ କିମ୍ବା କିଛି ଶୁଭ କାମ ହେବାର ସୂଚନା I
ଆପଣ ସକାଳେ ଉଠିବା ମାତ୍ରେ ଯଦି ଆଖି ପ୍ରଥମେ କ୍ଷୀର, ଦହି କିମ୍ବା କ୍ଷୀରରେ ତିଆରି ଧଳା ପନିର ଉପରେ ପଡ଼େ, ତେବେ ଏହା ଭାଗ୍ୟ ବୃଦ୍ଧି ହେବାର ସଙ୍କେତ ଅଟେ I ଆହୁରି ମଧ୍ୟ, ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦର ଏକ ସଙ୍କେତ ଅଛି I
ସକାଳେ ଯଦି ସ୍ୱସ୍ତିକ ଚିହ୍ନ , ଶ୍ରୀ ଫଳ , ଶଙ୍ଖ, ମୟୂର, ହଂସ କିମ୍ବା ଫୁଲର ସମ୍ଭାର ଦେଖନ୍ତି ,ତେବେ ଏହା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ I ଏହି ଜିନିଷଗୁଡିକ ବହୁତ ଭାଗ୍ୟଶାଲୀ ହେବାର ସଂକେତ ଦେଇଥାଏ ବୋଲି ବିବେଚନା କରାଯାଏ I
ଆପଣ ସକାଳେ ଯଦି ସଜାଯାଇଥିବା ବିବାହିତା ମହିଳାଙ୍କୁ ସକାଳେ ପୂଜାପାଠର ଏକ ଥାଳି ନେଇଥିବାର ଦେଖିବା ବହୁତ ଭଲ I କିଛି ହେବାକୁ ଥିବା ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବାର ପୂର୍ବ ସୂଚନା ଦେଇଥାଏ I
ଆପଣ ସକାଳେ ଉଠିବା ସମୟରେ କାନରେଯଦି ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ କିମ୍ବା ପାଖି ମାନଙ୍କ କଳରବ ରୁ ନିଦ ଭାଙ୍ଗି ଯାଉଥାଏ ତେବେ ଜାଣନ୍ତୁ ଜୀବନରେ ସକାରାତ୍ମକତା ବୃଦ୍ଧି କରିବାର ସଙ୍କେତ ଅଟେ I