ଆଜି ଠାରୁ ପ୍ରବଳ ବର୍ଷିବ !

ସୋମବାର ୧୩ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମଟର ବହିବ ।

ଏଥିସହ ପ୍ରବଳ ବିଜୁଳି ଘଡ଼ଘଡ଼ି ମାରିବ । ଏହି ସମୟରେ କେହି ବାହାରକୁ ନ ବାହାରିବା ପାଇଁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟରେ ଏଭଳି ପାଗ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ହେବା ସହ ତାପମାତ୍ରା ପୁଣି ବୃଦ୍ଧି ପାଇବ । ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ଥିବାରୁ ଧନଜୀବନ ହାନି ହେବାର ଆଶଙ୍କା ରହିଛି ।

ଏଥିପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ଚିଠି ଲେଖି ଅବଗତ କରିଛନ୍ତି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।