ନିତିନ ଗଡକରୀ କିଣିବାକୁ ଯାଉଛନ୍ତି ହାଇଡ୍ରୋଜେନ କାର, ଏହା ସହିତ ଆଉ ଏକ ଘୋଷଣା

ଦେଶରେ ଦ୍ୟୁତିକ ଯାନ ନୀତି ଆଣିବା ପରେ ବର୍ତ୍ତମାନ ସରକାର ହାଇଡ୍ରୋଜେନ ଇନ୍ଧନ ଉପରେ ଧ୍ୟାନ ଦେବାକୁ ଯାଉଛନ୍ତି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋମବାର ଏ ବାବଦରେ ଏକ ବଡ଼ ଘୋଷଣା କରିଛନ୍ତି।
ସୋମବାର ନିତିନ ଗଡକରୀ ଇଣ୍ଡଷ୍ଟ୍ରି ସଂଗଠନ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ର ଏକ ଇଭେଣ୍ଟକୁ ସମ୍ବୋଧିତ କରିଥିଲେ। ବୈଦ୍ୟୁତିକ ଯାନଗୁଡିକ ଶୀଘ୍ର ଗ୍ରହଣ କରିବାକୁ ସରକାର ସପକ୍ଷରେ ଅଛନ୍ତି ବୋଲି ସେ କହିଛନ୍ତି। ଏହା ବ୍ୟତୀତ ସରକାର ଇଥାନଲ, ବାୟୋ- LNG ଏବଂ ସବୁଜ ହାଇଡ୍ରୋଜେନ ଭଳି ବିକଳ୍ପ ଇନ୍ଧନର ବ୍ୟବହାର ବୃଦ୍ଧି କରିବାକୁ ଚାହୁଁଛନ୍ତି। ସବୁଜ ହାଇଡ୍ରୋଜେନକୁ ଭବିଷ୍ୟତର ଇନ୍ଧନ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି, ‘ମୁଁ ନିଜେ ଏକ କାର କିଣିବାକୁ ଯାଉଛି ଯାହା ଆସନ୍ତା ମାସରେ ହାଇଡ୍ରୋଜେନରେ ଚାଲିବ।
ଏହା ସହିତ ସେ କହିଛନ୍ତି କି ବୈଦ୍ୟୁତିକ ଯାନ ଏକ ବିକଳ୍ପ ଭାବରେ ବ୍ୟବହାର କରାଯାଉଥିବା ବେଳେ ପାରମ୍ପରିକ ଇଞ୍ଜିନ ପେଟ୍ରୋଲ ,ଡିଜେଲ ଗାଡି ସମାନ୍ତରାଳ ଭାବରେ ଚାଲିବ ଏହାର ପଞ୍ଜୀକରଣ ବନ୍ଦ ହେବ ନାହିଁ।

Comments (0)
Add Comment