ବିଧାନସଭାର ଶେଷ ଦିନରେ ଶୂନ୍ୟକାଳରେ ସାମ୍ବାଦିକ ଙ୍କୁ ପ୍ରେସ ଗ୍ୟାଲେରୀ ଛାଡ ନଯିବା ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମିଡିଆ ହେଉଛି ଚତୁର୍ଥ ସ୍ତମ୍ଭ । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭାରେ ପ୍ରେସ ଗ୍ୟାଲେରୀକୁ ଛଡା ଯିବନି । ତୁରନ୍ତ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛାଡ଼ନ୍ତୁ । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ । ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ନରସିଂହ ମିଶ୍ର ।
ସେହିପରି ମୋହନ ମାଝୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ କ’ଣ ପାଇଁ ବିଧାନସଭା ଓ ଲୋକସଭା ଭବନକୁ ଅନୁମତି ଦିଆଯାଉନି ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକ ମାନଙ୍କୁ ଅଛୁଆଁ ଭଳି ବ୍ୟବହାର ନକରାଯାଉ ବୋଲି କହିଛନ୍ତି ମୋହନ ମାଝୀ । କରୋନା ପ୍ରକୋପ ମଧ୍ୟ କମିଛି । ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ତେଣୁ ଏଭଳି ସ୍ଥିତିରେ କାହିଁକି ସାମ୍ବାଦିକଙ୍କୁ ଛଡ଼ାଯିବନି । ସେମାନଙ୍କୁ ଖବର ପରିବେଷଣ ପାଇଁ ଭିତରକୁ ଛାଡ଼ନ୍ତୁ । କେଉଁ କଥା ଲୁଚାଇବା ପାଇଁ ସରକାର ସାମ୍ବାଦିକ ମାନଙ୍କୁ ଛାଡୁ ନାହାନ୍ତି ବୋଲି ପ୍ରଶ୍ନ କଲେ ମୋହନ ମାଝୀ ।