ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ !

ଯୁଦ୍ଧ ଇସ୍ରାଏଲ୍ ଆରମ୍ଭ କରିନି କିନ୍ତୁ ଶେଷ ଜରୁର୍ କରିବ । ପାଲେଷ୍ଟାଇନ୍‌କୁ ଏଭଳି କଡ଼ା ଭାଷାରେ ଚ୍ୟାଲେଞ୍ଜ କରିବା ସହ ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନନେହୁା ।ଏନେଇ ସେ କହିଛନ୍ତି, ହମାସ୍ ଭଲ ଭାବେ ବୁଝିବ ଇସ୍ରାଏଲ୍ ଉପରେ ଆକ୍ରମଣ କରି କେତେ ବଡ଼ ଭୁଲ୍ କରିଛିା ହମାସ୍‌କୁ ଉଚିତ୍ ଜବାବ ଦେବ ଇସ୍ରାଏଲ୍ । ଖାଲି ହମାସ୍ ନୁହେଁ ଅନ୍ୟ ଶତ୍ରୁମାନେ ବି ଏହାକୁ ସବୁବେଳେ ମନେ ରଖିବେ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ।

ହମାସ୍ ନୀରିହ ଲୋକଙ୍କ ଉପରେ ଯିଏ ଆକ୍ରମଣ କରିଛି, ଯୁବକ-ମହିଳାଙ୍କୁ ହତ୍ୟା କରିଛି, ଆଉଟଡୋର୍ ଫେଷ୍ଟିଭାଲ୍ ଚାଲିଥିବା ବେଳେ ଅନେକଙ୍କୁ ଅପହରଣ କରିଛିା ହମାସ୍ ହେଉଛି ISIS ଆତଙ୍କବାଦୀ ସଂଗଠନ ବୋଲି ସେ କହିଛନ୍ତି ।ଏହି ଅବସରରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ୍ ଜଣାଇବା ସହ ସମସ୍ତ ରାଷ୍ଟ୍ର ଯେଉଁମାନେ ଏହି ବର୍ବରତାକୁ ବିରୋଧ କରୁଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତିା ଇସ୍ରାଏଲ୍ ଜିତିବ ଓ ଏହା ପୁରା ବିଶ୍ୱରେ ମାନବବାଦର ବିଜୟ ହେବ ବୋଲି ସେ ଦୋହରାଇଛନ୍ତିା

ଆମେ କେବେ ବି ଯୁଦ୍ଧ ସପକ୍ଷରେ ନୁହଁ । କିନ୍ତୁ ଏହା ଜବରଦସ୍ତି ଭାବେ ଆମ ଉପରେ ଲଦା ଯାଇଛି। ଇସ୍ରାଏଲ- ହମାସ୍‌ ଯୁଦ୍ଧ ଗତ ଶନିବାରଠୁ ଆରମ୍ଭ ହୋଇଥିବା ବେଳେ ଏଯାବତ ୧୬୦୦ରୁ ଊର୍ଦ୍ଧ୍ୱ ନିରୀହ ଲୋକଙ୍କ ଜୀବନ ଯାଇ ସାରିଲାଣି ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ।

#isaile#worldcup2023