ନୂଆଦିଲ୍ଲୀ: ଗାଜାରେ ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଯୁଦ୍ଧ ବିରତିର ମଧ୍ୟରେ ହମାସର ଆଡ୍ଡାକୁ ଟାର୍ଗେଟ କରିଛି IDF । ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି । ପାଲେଷ୍ଟାଇନ୍ ନାଗରିକ ରହୁଥିବା ଶରଣାର୍ଥୀ କ୍ୟାମ୍ପ୍ ଓ ସ୍କୁଲ ଉପରକୁ ଆକ୍ରମଣ କରାଯାଇଥିବା ଗାଜା ସ୍ବାସ୍ଥ୍ୟ ବିଭାଗ ଦାବି କରିଛି। ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଇସ୍ରାଏଲ ଆମେରିକାର ଯୁଦ୍ଧ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା । ଯୁଦ୍ଧର ବିରାମ ପରେ ମଧ୍ୟ ଇସ୍ରାଏଲ ଗାଜା ଉପରେ ବଡ ଆକ୍ରମଣ କରିଛି ।ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଯେ, ଯୁଦ୍ଧରେ ବିରାମ ଲଗାଇବାକୁ ନେଇ ଆଲୋଚନା ଅଗ୍ରଗତି ନହେବା କାରଣରୁ ସେ ଆକ୍ରମଣର ନିର୍ଦ୍ଦେଶ ଦେଇଛନ୍ତି । ୧୭ ସପ୍ତାହର ପୁରୁଣା ରଣନୀତି ଆରମ୍ଭ ପାଇଁ ଆକ୍ରମଣ କରିଥିଲେ । ହମାସର ଏକ ଅଧିକାରୀ ତାହିର ନୁନୂ ଇସ୍ରାଏଲ ଆକ୍ରମଣକୁ ସମାଲୋଚନା କରିଛନ୍ତି । ଅର୍ନ୍ତରାଷ୍ଟ୍ରୀୟ ମୋରାଲ ଟେଷ୍ଟ କରାଯାଉଛି । ଅପରାଧୀଙ୍କୁ ପୁଣି ଆସିବାକୁ ଅନୁମତି ଦିଅନ୍ତୁ ନଚେତ୍ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରମଣକୁ ବନ୍ଦ କର ବୋଲି କହିଛନ୍ତି । ଯୁଦ୍ଧ ବିରାମ ପାଇଁ ଚୁକ୍ତି ପରେ ମଧ୍ୟ ଆକ୍ରମଣ ହୋଇଛି । ୬ ସପ୍ତାହ ମଧ୍ୟରେ ହମାସ ୨୦୦୦ କଏଦୀଙ୍କ ବଦଳରେ ତିନି ଡଜନ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି । ନେତନ୍ୟାହୁ ବାରମ୍ବାର ଯୁଦ୍ଧ ବିରାମକୁ ଆରମ୍ଭ କରିବାକୁ ଧମକ ଦେଇଛନ୍ତି । ଏହି ମାସରେ ହମାସ ଉପରେ ଚାପ ପକାଇବା ପାଇଁ ଘେରବନ୍ଦୀ କରି ଖାଦ୍ୟ ଓ ସମସ୍ତ ସହାୟତାକୁ ଅବରୋଧ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କୀତ ଆକ୍ରମଣ କରିଥିଲା ହମାସ । ୧୧୩୯ ଜଣଙ୍କୁ ନିର୍ମମ ହତ୍ୟା କରିବା ସହ ୨୫୧ ଜଣଙ୍କୁ ଅପହରଣ କରିଥିଲା । ଜବାବରେ ଇସ୍ରାଏଲର ଆକ୍ରମଣରେ ୪୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଦକ୍ଷିଣ ସିରିୟାରେ ଇସ୍ରାଏଲର ବିମାନ ଆକ୍ରମଣରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଏଠାରେ ହେଜବୁଲ୍ଲାକୁ ଟାର୍ଗେଟ କରାଯାଇଛି । ଏପଟେ ୟେମେନରେ ଆମେରିକାର ବିମାନ ଆକ୍ରମଣ ଜାରି ରହିଛି । ଇରାନ ସମର୍ଥିତ ହାଉତି ବିଦ୍ରୋହୀଙ୍କୁ ଟାର୍ଗେଟ କରଯାଉଛି ।