କିମ୍‌ସ ଆଇଭିଏଫ୍ ସେଣ୍ଟର ପକ୍ଷରୁ ଆଇଏସ୍‌ଏଆର ବାର୍ଷିକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର,୯ା୪: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ସେଣ୍ଟର ଫର ରିପ୍ରଡକ୍ଟିଭ୍ ମେଡିସିନ୍ (ସିଆରଏମ୍‌) ପକ୍ଷରୁ ଇଣ୍ଡିଆନ୍ ସୋସାଇଟି ଫର୍ ଆସିଷ୍ଟେଡ୍ ରିପ୍ରଡକ୍‌ସନ (ଆଇଏସ୍‌ଏଆର) ଓଡିଶା ଚାପ୍ଟରର ବାର୍ଷିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇଥିବା ବିଶେଷଜ୍ଞମାନେ ବନ୍ଧ୍ୟାକରଣ କିପରି ଆମ ସମାଜରେ ଏକ   ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି ଏବଂ ପ୍ରଜନନ ସହାୟତା ଏହି ସମସ୍ୟାର ସମାଧାନ, ଭ୍ରୁଣ ବିଜ୍ଞାନ, ଆଣ୍ଡ୍ରୋଲୋଜି ଏବଂ ବନ୍ଧ୍ୟା ଦମ୍ପତିଙ୍କ ପାଇଁ  ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ । ବନ୍ଧ୍ୟାକରଣ ବିଶେଷଜ୍ଞ, ଭ୍ରୁଣ ବିଶେଷଜ୍ଞ ଓ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ ନେଇ (ଆଇଏସ୍‌ଏଆର) ଗଠିତ । କିମ୍‌ସ ଅଡିଟୋରିୟମରେ ଅନୁଷ୍ଠିତ ଜାତୀୟ ସଂସ୍ଥାର ଷ୍ଟେଟ୍ ଚାପ୍ଟର ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବରିଷ୍ଠ ଭ୍ରୁଣ ବିଶେଷଜ୍ଞ ଡ. ରିତୁ ଗୁପ୍ତା, ଡ. ଚିଦାନନ୍ଦ ଦାସ, ଅବିନାଶ ପାଣିଗ୍ରାହି ଏବଂ ଫାଲ୍‌ଗୁନି ପାତ୍ର, ସତ୍ୟନାରାୟଣ ସାମନ୍ତରାୟ ଏବଂ ବିଭୁପ୍ରକାଶ ପାଣିଗ୍ରାହୀ କନିଷ୍ଠ ଭ୍ରୁଣ ବିଶେଷଜ୍ଞ, ବାୟୋ-ଟେକ୍ନୋଲୋଜି ଗ୍ରାଜୁଏଟ୍ ଓ ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର  ସ୍ନାତ୍ତୋକତର ବିଦ୍ୟାର୍ଥୀମାନେ ଉପସ୍ଥିତ ଥିଲେ । ଅଗ୍ରଣୀ  ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଶେଷଜ୍ଞ ତଥା ଆଇଏସ୍‌ଏଆର ଓଡିଶା ଚାପ୍ଟର ଚେୟାରମ୍ୟାନ୍ ଡ.ସୁଜତା କର ଏବଂ କିଟ୍ ସ୍କୁଲ ବାୟୋଟେକ୍ନୋଲୋଜି ପ୍ରଫେସର ରାହୁଲ ମୋଦକ୍‌,ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ।
ପରବର୍ତ୍ତି  ପର୍ଯ୍ୟାୟରେ ଅନୁଷ୍ଠିତ ସିଏମ୍‌ଇ ରେ  କିମ୍‌ସ ପ୍ରିନ୍ସିପାଲ୍ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, ବିଶିଷ୍ଟ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର,
 ସ୍ତ୍ରୀ ଏବଂ ପ୍ରସୂତୀ ରୋଗ ବିଭାଗ ବିଭାଗୀୟ ମୁଖ୍ୟ ଜ୍ୟୋସ୍ନାମୟୀ ପଣ୍ଡା, ଡ. ସୁଜତା କର, ଡ.ମଧୁମିତା ମହାନ୍ତି ଏବଂ ଜୟଶ୍ରୀ ପଟ୍ଟନାୟକ ଏବଂ  ସ୍ତ୍ରୀ  ଏବଂ ପ୍ରସୂତୀ ରୋଗ ବିଭାଗର ବରିଷ୍ଠ ପ୍ରଫେସରମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୫୦ ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ, ଯେଉଁଥିରେ ବନ୍ଧ୍ୟାକରଣ ପରାମର୍ଶଦାତା ପ୍ରଫେସର ପୂର୍ଣ୍ଣର୍ଚନ୍ଦ୍ର ମହାପାତ୍ର ବନ୍ଧ୍ୟା ସମସ୍ୟା ପ୍ରସଙ୍ଗରେ ‘ଷ୍ଟ୍ରେସ୍ ଫର ଫର୍ଟିଲିଟି ସ୍ପେସିଆଲିଟି ଏଣ୍ଡ ଡିଷ୍ଟ୍ରୋସ୍ ଟୁ ଇନ୍ ଫର୍ଟାଇଲ୍ କପୁଲ’ ବିଷୟ ଉପରେ ଏକ ଅନ୍ତର୍ନିହିତ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଏକ ପ୍ୟାନେଲ୍ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କୋଲକାତାର ଡ. ସୁପର୍ଣ୍ଣା ବାନାର୍ଜୀ ଏବଂ ଡ.ସୁଜାତା କର ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଏଥିରେ ସ୍ତ୍ରୀ ରୋଗ ଏବଂ ପ୍ରସୂତି  ବିଭାଗ ପିଜି ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସକ୍ରିୟ ଭାବେ ଜଡିତ ଥିଲେ ।
ଏହି କାର୍ଯ୍ୟକ୍ରମର ଆୟୋଜକ ଅଧ୍ୟକ୍ଷ ଡ. ମୌସୁମୀ ଆଚାର୍ଯ୍ୟ, ମୁଖ୍ୟ ପରାମର୍ଶଦାତା ଆଇଭିଏଫ୍ ସେଣ୍ଟର, କିମ୍‌ସ (ପ୍ରଜନନ ଚିକିତ୍ସା କେନ୍ଦ୍ର) ଭାରତ ଏବଂ ଓଡିଶାର ବିଭିନ୍ନ ଛାତ୍ର ତଥା ସ୍ନାତକୋତ୍ତର ତଥା ବିଶେଷଜ୍ଞମାନଙ୍କୁ ଏଥିରେ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିବା ସହ ଯୁବ ବୃତ୍ତିଗତମାନଙ୍କ ପାଇଁ ଏହି କର୍ମଶାଳା ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଥିଲେ ।