ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ରବିବାର ଦିନ ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ଏଥିରେ ମୃତ୍ୟୁ ବରଣ କରିଥିଲେ। ଗତ ସନ୍ଧ୍ୟାରେ ଅଜରବୈଜାନ ନିକଟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀ ହୁସେନ୍ ଅମୀର ଅବଦୁଲ୍ଲାହିୟାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁଯାୟୀ, ଘନ ଜଙ୍ଗଲ ଏବଂ ପାହାଡ ଥିବା ଏକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି। ସର୍ଚ୍ଚ ପାଇଁ ଇରାନ ସରକାର ୪୦ ଟି ଦଳ ଗଠନ କରିଥିଲେ। ସର୍ବୋଚ୍ଚ ନେତା ଖାମେନେଇ ଇରାନରେ ଏକ ଜରୁରୀ ବୈଠକ କରିଥିଲେ। ରିଭୋଲ୍ୟୁସନାରୀ ଗାର୍ଡଙ୍କୁ ମଧ୍ୟ ସତର୍କ କରାଯାଇଥିଲା। ସେନା ମୁଖ୍ୟ ମହମ୍ମଦ ବାଘେରି ସେନାକୁ ସତର୍କ କରାଇଥିଲେ। ପ୍ରମୁଖ ସହରରେ ବୁସିଜ୍ ଫୋର୍ସ ମୁତୟନ କରାଯାଇଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଲ ୨୧୨ ହେଲିକପ୍ଟର ଆମେରିକାରେ ତିଆରି ହୋଇଥିଲା। ଇରାନ ରାଷ୍ଟ୍ରପତି ବେଲ ୨୧୨ ହେଲିକପ୍ଟରରେ ଥିଲେ। ବେଲ୍ ୨୧୨ ହେଉଛି ଦୁଇଟି ବ୍ଲେଡ୍ ମଧ୍ୟମ ଆକାରର ହେଲିକପ୍ଟର। ପାଇଲଟଙ୍କ ସମେତ ୧୫ ଜଣ ଲୋକ ଏଥିରେ ଯାତ୍ରା କରିପାରିବେ।