ରାହୁଲଙ୍କ ଉପରେ ବର୍ଷିଲେ ଇରାନୀ । ବିଦେଶୀ ମାଠିରେ ଦେଶକୁ ଅପମାନିତ କରୁଛନ୍ତି ରାହୁଲ ! ଦେଶ ଉପରେ ଆକ୍ରମଣ କରିବାକୁ ରାହୁଲ କରୁଛନ୍ତି ଆହ୍ୱାନ ! ଆକ୍ସନ ମୋଡରେ ଇରାନୀ । ରାହୁଲ ଉପରେ ଆକ୍ରାମକ ହୋଇ ଉଠିଛନ୍ତି ଇରାନୀ । ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାହୁଲ ଗାନ୍ଧୀଙ୍କ ଘୃଣା ଏବେ ଦେଶ ପ୍ରତି ଘୃଣାଭାବରେ ପରିଣତ ହୋଇଛି । ବିଦେଶ ମାଟିରେ ଦେଶ ବିରୋଧରେ ଦିଆଯାଇଥିବା ବିବୃତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, ରାହୁଲ ଏକ ଦେଶ ପରିଦର୍ଶନ କରି ବିଦେଶୀ ଶକ୍ତିମାନଙ୍କୁ ଆହ୍ୱାନ ଦେଇଥିଲେ ଯାହାର ଇତିହାସ ଭାରତକୁ ଦାସ କରିବା ପାଇଁ ଥିଲା । ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପମାନିତ କଲାବେଳେ ରାହୁଲ ଦୁଃଖ ପ୍ରକାଶ କରି କହିଛନ୍ତି କାହିଁକି ବିଦେଶୀ ଶକ୍ତି ଆସି ଭାରତ ଉପରେ ଆକ୍ରମଣ କରୁ ନାହାନ୍ତି ।ମୁଁ ରାହୁଲଙ୍କୁ ପଚାରିବାକୁ ଚାହୁଁଛି, ଆପଣ ବିଦେଶରେ କହିଛନ୍ତି ଯେ ଦେଶର କୌଣସି ବିଶ୍ୱବିଦ୍ୟାଳୟରେ କହିବାର ଅଧିକାର ଆପଣଙ୍କର ନାହିଁ । ଯଦି ଏହା ହୁଏ, ଯେତେବେଳେ ୨୦୧୬ ରେ ଦିଲ୍ଲୀର ଏକ ବିଶ୍ୱବିଦ୍ୟାଳୟରେ ଭାରତ ତେରେ ଟୁକଢେ ହୋଙ୍ଗେ’ ସ୍ଲୋଗାନ ଉଠାଯାଇଥିଲା, ସେତେବେଳେ ଆପଣ ଏହାକୁ ସମର୍ଥନ କରିଥିଲେ, ଏହା କ’ଣ ଥିଲା? ରାହୁଲ ବିଦେଶୀ ମାଟିରେ ଦେଶକୁ ବଦନାମ କରିଛନ୍ତି ।
ସୁପ୍ରିମକୋର୍ଟ ଏବଂ ନିର୍ବାଚନ ଆୟୋଗ ଭଳି ଅନୁଷ୍ଠାନକୁ ଅପମାନିତ କରିଛନ୍ତି । ଭାରତକୁ ଅପମାନିତ କରିବା ଗଣତନ୍ତ୍ର କି? ଗୃହର ବାଚସ୍ପତିଙ୍କୁ ଅପମାନ କରିବା ଗଣତନ୍ତ୍ର କି? ରାହୁଲଙ୍କଠାରୁ ଭାରତ କ୍ଷମା ଚାହୁଁଛି ବୋଲି ସ୍ମୃତି ଇରାନୀ କହିଛନ୍ତି । ତେବେ ଆଗକୁ ରାହୁଲ କ୍ଷମା ମାଗୁଛନ୍ତି କି ନାହିଁ ତାହା ଉପରେ ଏବେ ସମସ୍ତଙ୍କ ନଜର ।