ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୬ ଜଣ ବରିଷ୍ଠ IPS ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ଏହି ବଦଳି ପ୍ରକ୍ରିୟା ଆକାରରେ ଛୋଟ ହୋଇଥିଲେ ବି ପ୍ରଶାସନିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନୂତନ ବିଜେପି ସରକାର ପୂର୍ବତନ ବିଜେଡି ସରକାରଙ୍କ ଅମଳରେ ପ୍ରଭାବଶାଳୀ ଥିବା ୨୦୦୪ ବ୍ୟାଚ୍ର IPS ସତ୍ୟବ୍ରତ ଭୋଇଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି। ସେହିପରି ଡେପୁଟେସନ୍ରୁ ଫେରିଥିବା ୨୦୧୦ ବ୍ୟାଚ୍ର IPS ଆଶିଷ ସିଂହଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଅର୍ପଣ କରାଯାଇଛି। 2003 ବ୍ୟାଚର ଅଫିସର ହିମାଂଶୁ କୁମାର ଲାଲ ସମ୍ବଲପୁର ଆଞ୍ଚଳିକ IG ପଦବୀରୁ ବଦଳି ହୋଇ ଅର୍ଥନୈତିକ ଅପରାଧ ଶାଖା ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ ର ନୂତନ IG ଭାବେ ଦାୟିତ୍ୱ ଗ୍ରହଣ କରିବେ। 2004 ବ୍ୟାଚର ସତ୍ୟବ୍ରତ ଭୋଇ N.C.R. IG ଏବଂ ଅନୁଗୁଳ PTC ପ୍ରିନ୍ସପାଲ୍ (ଅତିରିକ୍ତ ଦାୟିତ୍ୱ)ରୁ ବଦଳି ହୋଇ ରାଜ୍ୟ ଗୁଇନ୍ଦା ବିଭାଗର ନୂଆ IG ଭାବେ ନିଯୁକ୍ତ ହୋଇଛନ୍ତି। 2010 ବ୍ୟାଚର ଆଶିଷ ସିଂହ ଡେପୁଟେସନ୍ରୁ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ମଧ୍ୟ ଏହି ନୂତନ ଅଦଳବଦଳ ପ୍ରକ୍ରିୟାରେ ନୂଆ ଦାୟିତ୍ୱ ଦିଆଯାଇଛି। ଏହି ରଦ୍ଦବଦଳ ପଛରେ ରାଜ୍ୟର ଆଇନ ଶୃଙ୍ଖଳା ଓ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାର ଆଭିମୁଖ୍ୟ ରହିଥିବା କୁହାଯାଉଛି।