ଭୁବନେଶ୍ୱର : ନୂଆ ସରକାର ଆସିବା ପରେ ଦିଲ୍ଲୀମୁହାଁ ହୋଇଛନ୍ତି ଆଇଏଏସ-ଆଇପିଏସ ଅଧିକାରୀ । ପୂର୍ବରୁ କେନ୍ଦ୍ରକୁ ଡେପୁଟେସନରେ ୬ ଜଣ ବରିଷ୍ଠ ଅଧିକାରୀ ଯାଇ ସାରିଥିବାବେଳେ ପୁଣି ଡେପୁଟେସନ ଅପେକ୍ଷାରେ ଅଛନ୍ତି ଆଉ ୪ ଜଣ । ୧୨ ଜୁନ୍ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦାୟିତ୍ତ୍ୱ ନେଲା ପରେ ହଠାତ୍ ପ୍ରାଶାସନିକ ସ୍ତରରେ ହେଲା ବଡ଼ ଅଦଳବଦଳ । ପୂର୍ବ ସରକାରରେ ଯେଉଁମାନେ ବେଶ୍ ପ୍ରଭାବଶାଳୀ ଥିଲେ, ଏବେ ସେମାନଙ୍କର କ୍ଷମତା ସଂକୁଚିତ ହୋଇଛି । ତେଣୁ ୧୦ ମାସ ଭିତରେ ୬ ବରିଷ୍ଠ ଅଧିକାରୀ ଦିଲ୍ଲୀମୁହାଁ ହେଲେଣି। ବର୍ତ୍ତମାନ ଆଇଏଏସ୍ ଅଧିକାରୀ ଆର ଭିନିଲ କ୍ରିଷ୍ଣା ଓ ଆଶିଷ୍ ଠାକ୍ରେ ଚର୍ଚ୍ଚାରେ ଅଛନ୍ତି ।
ଅନ୍ୟପଟେ ୨ ବରିଷ୍ଠ ଆଇପିଏସ୍ ଅଧିକାରୀ ଅନୁପ ସାହୁ ଓ ରାଜେଶ କୁମାରଙ୍କୁ କେନ୍ଦ୍ର ସରକାର ଆଇଜି ପାହ୍ୟାକୁ ନେବା ପରେ ଚର୍ଚ୍ଚା ହେଲାଣି ଯେ ସେମାନେ ବି ଖୁବଶୀଘ୍ର ଦିଲ୍ଲୀ ଯାଇପାରନ୍ତି । ଏପଟେ ରାଜ୍ୟରେ ଆଇଏଏସ୍, ଆଇପିଏସ୍ ମରୁଡ଼ି । ୬୬ ଆଇଏଏସ୍ ଓ ୬୯ ଆଇପିଏସ୍ ପଦବି ଖାଲି ପଡ଼ିଛି । ୮ ବର୍ଷ ପୂର୍ବେ ଓଡ଼ିଶା ମୁହାଁ ହେଉଥିଲେ ଦିଲ୍ଲୀ ଅଫିସର ।