IPL2022 :ହାଇଦ୍ରାବାଦ ବିପକ୍ଷ ରେ ମୁମ୍ବାଇ ଇଂଡିଆନ୍ସ ଟସ ଜିତି ବୋଲିଂ ନିଷ୍ପତି

ଆଜିର IPL ର ୬୫ ତମ ମ୍ୟାଚ ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି I ପ୍ଲେଇଂ ୧୧ ରେ ମୁମ୍ବାଇ ୨ ନୂତନ ଖେଳାଳିଙ୍କୁ ଏକ ସୁଯୋଗ ଦେଇଛି I ଏହି ମ୍ୟାଚରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ମୁମ୍ବାଇ ଦଳ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ୧୪ ପଏଣ୍ଟରେ ପହଞ୍ଚିବା ଆବଶ୍ୟକ |

ମୁମ୍ବାଇ ଇଣ୍ଡିଆନ୍ସ ମୟଙ୍କ ମାର୍କଣ୍ଡେୟ ଏବଂ ସଞ୍ଜୟ ଯାଦବଙ୍କୁ ସୁଯୋଗ ଦେଇଛନ୍ତି। ଏହି ଦୁଇ ଖେଳାଳିଙ୍କ ପାଇଁ ହେଉଛି ପ୍ରଥମ ମ୍ୟାଚ୍ I ଦଳ ଏପର୍ଯ୍ୟନ୍ତ ୨୨ ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି I ଆଉ ମାତ୍ର ୩ ଖେଳାଳି ବାକି ଅଛନ୍ତି I ଟସ୍ ଜିତିବା ପରେ ରୋହିତ ଶର୍ମା କହିଛନ୍ତି ଯେ ଆମେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛୁ। ଶେଷ ମ୍ୟାଚରେ କିଛି ନୂତନ ଖେଳାଳିଙ୍କୁ ମଧ୍ୟ ଚେଷ୍ଟା କରିବେ I ତେବେ ମୁମ୍ବାଇ ଇଂଡିଆନ୍ସ ପାଇଁ ଚୟନ ହୋଇଥିବା ଅର୍ଜୁନ ତେନ୍ଦୁଲକରଙ୍କୁ ଏ ପର୍ଯ୍ୟନ୍ତ କୌଣସି ସୁଯୋଗ ମିଳି ପରି ନାହିଁ I ଏଥି ସହିତ ଷ୍ଟାର ସ୍ପୋର୍ଟସ ଉପରେ ମନ୍ତବ୍ୟ ଦେଉଥିବା ହରଭଜନ ସିଂ କହିଛନ୍ତି ଯେ ଅର୍ଜୁନଙ୍କୁ ଅତି କମରେ ଗୋଟିଏ ମ୍ୟାଚରେ ସୁଯୋଗ ଦିଆଯିବା ଉଚିତ।

ସେହିପରି ସନରାଇଜର୍ସ ଉନ୍ନତ ବୋଲିଂ ବିଭାଗକୁ ନେଇ ପରିଚିତ । ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଆଜିର ମ୍ୟାଚ୍‌ରେ ଫାଷ୍ଟ ବୋଲର ଉମ୍ରାନ ମଲିକ ନଜରରେ ରହିବେ । ରୋହିତ ଓ ଉମ୍ରାନଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ । ଚଳିତ ସିଜନରେ ଉଭୟ ପ୍ରଥମ କରି ପରସ୍ପରକୁ ଭେଟିବେ। ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ତେଣୁ ଆଜିର ମ୍ୟାଚ୍‌ରେ ରୋହିତ ବାହିନୀର ପଲା ଭାରି ରହିବା ଆଶା କରାଯାଉଛି। ମୋଟ୍‌ ଉପରେ ଦେଖିବାକୁ ଗଲେ ରୋହିତ ଓ କେନ ୱିଲିୟମସନଙ୍କ ନେତୃତ୍ୱ ଓ ରଣ କୌଶଳ ଦର୍ଶକଙ୍କୁ ଆକୃଷ୍ଟ କରିବ ।

ସନରାଇଜର୍ସ ହାଇଦ୍ରାବାଦ– ଅଭିଷେକ ଶର୍ମା, ପ୍ରିୟମ୍ ଗର୍ଗ, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୁରନ (ଓ୍ଵିକେଟ୍ କିପର), ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଫଜଲ ଫାରୁକି, ଉମ୍ରାନ ମଲିକ, ଟି ନଟରାଜନ।

ମୁମ୍ବାଇ ଇଣ୍ଡିଆନ୍ସ– ଇଶାନ କିଷନ (ଓ୍ଵିକେଟ୍ କିପର), ରୋହିତ ଶର୍ମା (ଅଧିନାୟକ), ଡାନିଏଲ ସାମ୍ସ, ତିଲକ ବର୍ମା, ରମଣଦୀପ ସିଂ, ତ୍ରିଷ୍ଟାନ ଷ୍ଟବ୍ସ, ଟିମ ଡେଭିଡ, ସଞ୍ଜୟ ଯାଦବ, ଜସପ୍ରୀତ ବୁମ୍ରା, ରେଲି ମେରେଡିଥ, ମାୟାନକ ମାର୍କାଣ୍ଡେ।