IPL2022 : କୋଲକାତା କୁ ୮ ଵିକେଟ ରେ ହରାଇ ମ୍ୟାଚ ଜିତିଲା ଗୁଜରାଟ

ଚଳିତ ଆଇପିଏଲର ୩୫ତମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଛି । ଏହି ମ୍ୟାଚ୍ ରେ ଗୁଜୁରାଟ ଅଧିନାୟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଏହି ମ୍ୟାଚ୍ ରେ ଗୁଜୁରାଟ ଟାଇଟାନ୍ସ କୋଲକାତାକୁ ୮ ରନ୍ ରେ ପରାଜୟ କରିଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ କାରଣରୁ ଆଇପିଏଲର ୩୫ତମ ରୋମାଞ୍ଚକର ମୁକାବିଲାରେ ଗୁଜରାଇଟ ଟାଇଟନ୍ସ ବାଜି ମାରି ନେଇଛି। କୋଲକାତା ର ଆନ୍ଦ୍ରେ ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେକାର ହୋଇଛି। ଗୁଜରାଟ ସାତ ମ୍ୟାଚରୁ ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିଛି। ଅନ୍ୟପଟେ କୋଲକାତା ଅଷ୍ଟମ ମ୍ୟାଚରୁ ପଞ୍ଚମ ପରାଜୟବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୬୭ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ କୋଲକାତା ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ୪୮ ରନ ସତ୍ତ୍ଵେ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଛି।। ପ୍ରଥମେ ବୋଲିଂରେ ଆନ୍ଦ୍ରେ ରସଲେ ୫ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ପୁଣି ଦମଦାର ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ବିଜୟୀ କରି ପାରି ନାହାନ୍ତି। ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ଏବଂ ରଶିଦ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

୧୫୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଓପନର ସାମ୍‌ ବିଲିଙ୍ଗସ୍‌ ମାତ୍ର ୪ ରନ କରି ଆଉଟ ହୋଇଥିବା ବେଳେ, ସୁନୀଲ ନାରିନ୍‌ ୫ ରନ୍‌ ପୁଣି ଫେଲ ମାରିଥିଲେ । ଅଧିନାୟକ ଶ୍ରେୟସ ଆୟର ୧୨ରନ କରି ଆଉଟ ହୋଇଥିବା ବେଳେ, ନୀତିଶ ରାଣା ୨ ରନ କରି ପାଭିଲିୟନ ଫେରିଥିଲେ। ୩୪ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଦଳ ପକ୍ଷରୁ ରିଙ୍କୁ ସିଂହ ୩୫ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭେଙ୍କଟେଶ ଆୟର ୧୭ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଶେଷ ଆଡକୁ ଆନ୍ଦ୍ରେ ରସେଲ ହିଁ କୋଲକାତାର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ସେ ବିସ୍ଫୋରଣ ବ୍ୟାଟିଂ କରି ୨୫ ବଲରୁ ୧ ଚୌକା ଏବଂ ୬ଟି ଛକା ସହାୟତାରେ ୪୮ରନ କରି ଆଉଟ ହୋଇଥିଲେ । ତାଙ୍କ ଆଉଟ୍ ପରେ କୋଲକାତାର ବିଜୟ ଆଶା ମଉଳି ଯାଇଥିଲା। ଉମେଶ ଯାଦବ ୧୫ ରନ ଏବଂ ଟିମ ସାଉଦି ୧ରନ କରି ଅପରାଜିତ ଥିଲେ। ଦଳ ୮ ଓ୍ଵିକେଟ୍ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା।

ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୨୦ ରନ ଦେଇ ୨ଟି ଏବଂ ରଶିଦ ଖାନ ୨୨ ରନ ଦେଇ ୨ଟି ଓ୍ଵିକେଟ୍ ନେଇ କୋଲକାତାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ। ୟଶ ଦୟାଲ ୨, ଲୋକି ଫର୍ଗ୍ୟୁସନ ଏବଂ ଅଲଜାରି ଯୋଶେଫ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

କୋଲକାତା ଇନିଂସ

ଦଳୀୟ ସ୍କୋର ୮ ରନରେ ଶୁଭମାନ ଗିଲ୍(୭) ଆଉଟ୍ ହେବା ପରେ ଋଦ୍ଧିମାନ ଶାହ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଇନିଂସକୁ ଆଗକୁ ବଢାଇଥଲେ। ଉଭୟ ଦ୍ଵିତୀୟ ଓ୍ଵିକେଟ୍‌ରେ ୭୫ ରନ ଯୋଡିଥିଲେ। ଶାହା ୨୫ ରନ କରି ଆଉଟ୍ ହେବା ପରେ ପୁଣି ହାର୍ଦ୍ଦିକ ଏବଂ ମିଲରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ମିଲର ୨୭ ରନ କରି ବିଦାୟ ନେଇଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକତ୍ଵ ଇନିଂସ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ହାର୍ଦ୍ଦିକଙ୍କ ବିଦାୟ ପରେ ଦିଗହରା ହୋଇ ପଡିଥିଲା ଗୁଜରାଟ ଇନିଂସ। ହାର୍ଦ୍ଦିକ ୪୯ ବଲରୁ ୪ ଚୌକା ଏବଂ ୨ ଛକା ସହ ୬୭ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା।