ପୁରୀରେ ଆଇପିଏଲ୍‌ ଟ୍ରଫି

ଭୁବନେଶ୍ବର: ପୁରୀରେ ଆଇପିଏଲ୍‌ ଟ୍ରଫି । ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ୍‌ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ‘କୋଲକତା ନାଇଟ୍ ରାଇଡର୍ସ’ର ସଦସ୍ୟ ମାନେ ଏହି ଟ୍ରଫି ଆଜି ଶ୍ରୀମନ୍ଦିରକୁ ଆଣି ପୂଜାର୍ଚ୍ଚନା କରିଛନ୍ତି । ଏହି ଟ୍ରଫିକୁ ଦେଖିବା ପାଇଁ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା।  ତେବେ ଗତବର୍ଷ ‘କୋଲକତା ନାଇଟ୍ ରାଇଡର୍ସ’ ଆଇପିଏଲ୍ ଟ୍ରଫି ହାତେଇଥିବା ବେଳେ ଏବର୍ଷ ଆଇପିଏଲ ଟ୍ରଫି ପୁନର୍ବାର କିଭଳି ନିଜ କବଜାରେ ରଖିବ, ସେନେଇ ସଦସ୍ୟ ମାନେ ଆଶାବାଦୀ ଅଛନ୍ତି । ଅନ୍ୟପଟେ ଆଇପିଏଲ୍ ଟ୍ରଫି ଦେଖି ସେବାୟତ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି । ଆଇପିଏଲ୍ ଟ୍ରଫିକୁ ପୂଜାର୍ଚ୍ଚନା କରି ବିଜୟ ହାସଲ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରର୍ଥନା କରିଛି ‘କୋଲକତା ନାଇଟ୍ ରାଇଡର୍ସ’ ।