ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ଏବଂ ଲିଗ୍ ର ନୂଆ ଦଳ ଭାବରେ ଉଭା ହୋଇଥିବା ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଆଇପିଏଲର ୧୫ ତମ ସିଜନର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି I ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଗୁଜରାଟ ପ୍ରଥମେ ବୋଲିଂ ପାଇଁ ପଡିଆକୁ ଓଲ୍ହାଇଛନ୍ତି I
ଲିଗ୍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍ ପର୍ଯ୍ୟାୟରେ ୧୪ ମ୍ୟାଚ୍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍ରେ ରାଜସ୍ଥାନକୁ ମାତ୍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍ ଡୁ ପ୍ଲେସିସ୍ଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।
ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।
ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।