ଆଇପିଏଲ୍ ୨୦୨୨ : ଟସ୍ ଜିତିଲା ସନରାଇଜର୍ସ ହାଇଦ୍ରାବାଦ,ଦିଲ୍ଲୀ କ୍ୟାପିଟାଲସ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ଚଳିତ ଆଇପିଏଲ୍ ୨୦୨୨ ସିଜନର ଆଜିର ୫୦ ତମ ମ୍ୟାଚ୍ ମୁମ୍ବାଇର ବ୍ରାବନ୍ ଷ୍ଟାଡିୟମରେ ଖେଳାଯାଉଛି I ଆଜିର ମ୍ୟାଚ ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀର କ୍ୟାପିଟାଲସ ଏବଂ ସନରାଇଜର୍ସ ହାଇଦ୍ରାବାଦ Iସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ବୋଲିଂ ପ୍ରଥମେ କରିବାକୁ ନିଷ୍ପତ୍ତି ନେଇ ଦିଲ୍ଲୀ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଦିଲ୍ଲୀ ତା’ର ପୂର୍ବ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ୬ ରନ୍‌ରେ ହାରିଥିଲା। ସେହିପରି ହାଇଦ୍ରାବାଦ ପ୍ରତିପକ୍ଷ ଚେନ୍ନାଇଠାରୁ ହାରିଛି। ତେଣୁ ଉଭୟ ଦଳ ୱିନିଂ ଟ୍ରାକ୍‌କୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ଆଇପିଏଲରେ ଦିଲ୍ଲୀ ଏଯାଏ ୯ଟି ମ୍ୟାଚ୍‌ ଖେଳିଥିବା ବେଳେ ୪ଟିରେ ଜିତି ପଏଣ୍ଟ ଟେବୁଲର ୭ମରେ ରହିଛି।

ତେଣୁ ହାଇଦ୍ରାବାଦ ଆଜିର ମ୍ୟାଚ୍‌ରେ ୩ଟି ପରିବର୍ତ୍ତନ କରିଛି। ଦଳ ପାଇଁ ସେନ ଆବଟ୍ଟ, ଶ୍ରେୟସ ଗୋପାଲ ଓ କାର୍ତ୍ତିକ ତ୍ୟାଗୀ ଡେବ୍ୟୁ କରୁଛନ୍ତି। ମାର୍କୋ ଜାନେସନ, ୱାଶିଂଟନ ସୁନ୍ଦର ଓ ଟି ନଟରାଜନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି।

ସେହିପରି ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ପୃଥ୍ୱୀ ଶ’, ଅକ୍ଷର ପଟେଲ, ଚେତନ ସକାରିୟା ଓ ମୁସ୍ତାଫିଜୁର ରହମାନ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏମାନଙ୍କ ବଦଳରେ ମନଦୀପ ସିଂହ, ଖଲୀଲ ଅହମଦ, ରିପାଲ ପଟେଲ ଓ ଅନରିଚ ନୋର୍ଖିୟା ସ୍ଥାନ ପାଇଛନ୍ତି।