IPL 2022 :SRH ବନାମ PBKS: ପଞ୍ଜାବର କିଙ୍ଗସ୍ କୁ ହରାଇ , ଚତୁର୍ଥ ସ୍ଥାନରେ ହାଇଦ୍ରାବାଦ

ମୁମ୍ବାଇର ଡି ୱାଇ ପାଟିଲ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଆଇପିଏଲର ୨୮ ତମ ମ୍ୟାଚ୍ ଖେଳାଯାଇଛି I ଭୁବନେଶ୍ୱର କୁମାର ଏବଂ ଉମ୍ରାନ ମଲିକଙ୍କ ଘାତକ ବୋଲିଂ ଆଗରେ ପଞ୍ଜାବ କିଙ୍ଗ୍ସ ୧୫୧ ରେ ଆଉଟ୍ ହୋଇଥିଲେ। ଏହି ମ୍ୟାଚ ରେ ,ମାତ୍ର ୩ ୱିକେଟ୍ ହରାଇ ହାଇଦ୍ରାବାଦ ସହଜରେ ବିଜୟ ହାସଲ କରିଛି। ହାଇଦ୍ରାବାଦ ପାଇଁ ଆଡେନ ମାର୍କ୍ରାମ ୪୧ ରନ କରି ନିକୋଲାସ ପୁରାନ ୩୫ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ଅଭିଷେକ ଶର୍ମା ୩୧ ଏବଂ ରାହୁଲ ତ୍ରିପାଠୀ ୩୪ ରନ ସ୍କୋର କରିଥିଲେ। ଏହି ବିଜୟ ସହିତ ହାଇଦ୍ରାବାଦର ଦଳ ଆଇପିଏଲ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ପହଂଚହିଁ ଛି I
ଅନ୍ୟପଟେ ପଞ୍ଜାବ ଛଅଟି ମ୍ୟାଚ୍‌ରୁ ତୃତୀୟ ପରାଜୟ ଭୋଗିଛି। ହାଇଦ୍ରାବାଦ ବିଜୟରେ ଉମରାନ ମଲିକ, ଭୁବନେଶ୍ଵର କୁମାରଙ୍କ ସହ ବ୍ୟାଟସମ୍ୟାନଙ୍କ ଉଲ୍ଲେଖନୀୟ ଯୋଗଦାନ ରହିଛି। ପ୍ରଥମେ ବ୍ୟାଟିଂ କରି ଲିଭିଙ୍ଗଷ୍ଟୋନଙ୍କ ୩୩ ବଲରୁ ୬୦ ରନ ବଳରେ ପଞ୍ଜାବ ୧୫୧ ରନରେ ଅଲଆଉଟ୍ ହୋଇଥିଲା।