ଆଇପିଏଲ୍ ୨୦୨୨ : ରୋହିତ ଶର୍ମାଙ୍କ ହାତରୁ ଖସିଲା ମ୍ୟାଚ,ମୁମ୍ବାଇ ର କ୍ରମାଗତ ୭ ତମ ପରାଜୟ

ଈପଲ ୨୦୨୨ ର ଚଳିତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଭାବରେ ସପ୍ତମ ପରାଜୟ ବରଣ କରିଛି I ଗୁରୁବାର ଦିନ ଏକ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଂଡିଆନ୍ସ କୁ ଦଳକୁ ୩ ୱିକେଟରେ ପରାସ୍ତ କରିଛି I ଏମ.ଏସ ଧୋନି ଶେଷ ବଲରେ ଚୌକ ମାରି ବିଜୟ ଭେଟି ଦେଇଥିଲେ। ମୁମ୍ବାଇ ୭ ଟି ମ୍ୟାଚ ଖେଳି ଥିବାବେଳେ ଏହା ମୁମ୍ବାଇର କ୍ରମାଗତ ୭ ତମ ପରାଜୟ I ଏଥି ସହିତ, ଚେନ୍ନାଇ ମଧ୍ୟ ୭ ଟି ମ୍ୟାଚ ଖେଳି ଏହା ତାର ଦ୍ୱିତୀୟ ବିଜୟ I ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଚେନ୍ନାଇକୁ ୧୫୬ ରନ୍‌ର ଟାର୍ଗେଟ୍ ଦେଇଥିଲା। ଧୋନୀଙ୍କ ଫିନିଶିଂ ଶଟ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ଏହି ଟାର୍ଗେଟ ପୂରା କରିନେଇଛି।

ଟାର୍ଗେଟ୍ ପୂରା କରିବାକୁ ଆସିଥିବା ଚେନ୍ନାଇ ବି ଆରମ୍ଭରୁ ୱିକେଟ୍ ହରାଇଥିଲା। ପ୍ରଥମ ବଲ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା ଦଳ। ମୁମ୍ବାଇ ପକ୍ଷରୁ ଡାନିଏଲ୍ ସାମ୍ସ ପ୍ରଥମ ବୋଲିଂ କରିବାକୁ ଆସିଥିବା ବେଳେ ଚେନ୍ନାଇ ପକ୍ଷରୁ ରବିନ ଉତ୍ଥପା ଓ ରୁତୁରାଜନ ଗାଏକ୍ୱାଡ଼ ଓପନିଂ କରିଥିଲେ। ହେଲେ ମୁମ୍ବାଇ ପରି ଚେନ୍ନାଇ ବି ୱିକେଟ୍‌ରୁ ଖାତା ଖୋଲିବା ଆରମ୍ଭ କରିଥିଲା। ସାମ୍ସ ତାଙ୍କର ପ୍ରଥମ ବଲ୍‌ରେ ରୁତୁରାଜ ଗାଏକ୍ୱାଡ଼(୦)ଙ୍କ ୱିକେଟ୍ ନେଇଥିଲେ।

ଏହାପରେ ମାତ୍ର ଗୋଟିଏ ଓଭର ପରେ ୩ ଓଭର ବେଳକୁ ପୁଣି ଏକ ୱିକେଟ୍ ହରାଇଥିଲା ଚେନ୍ନାଇ। ୨.୩ ଓଭର୍‌ ବେଳେ ମିଚେଲ ସାଣ୍ଟେନର(୧୧) ଡାନିଏଲଙ୍କର ଦ୍ୱିତୀୟ ଶିକାର ହୋଇଥିଲେ। ଲଗାତର ଦୁଇଟି ୱିକେଟ୍ ପଡ଼ିବା ପରେ ଓପନିଂ ଆସିଥିବା ରବିନ ଉତ୍ଥାପା ଓ ଅମ୍ବାତି ରାଇଡୁ ଦୁହେଁ ମିସି ଖେଳକୁ ୬୬ ରନ୍ ପର୍ଯ୍ୟନ୍ତ ଟାଣି ନେଇଥିଲେ। ଉଭୟଙ୍କ ମଧ୍ୟରେ ୩୯ ବଲ୍‌ରେ ୫୦ ରନ୍‌ ପାର୍ଟନର୍ସିପ ହୋଇଥିଲା। ହେଲେ ୮ ଓଭର ଖେଳ ଶେଷରେ ଉତ୍ଥାପାଙ୍କ ୱିକେଟ ଯାଇଥିଲା। ଉନଡକଡ ବଲ୍‌ରେ ବ୍ରେଭିସ୍‌ଙ୍କୁ କ୍ୟାଚ୍ ଦେଇଥିଲ ଉତ୍ଥାପା। ସେ ମାତ୍ର ୨୫ ବଲ୍‌ ଖେଳି ୩୦ ରନ୍ କରିଥିଲେ।

ଚୁତୁର୍ଥ ୱିକେଟ୍ ପାଇଁ ଶିବମ ଦୁବେ ରାଇଡୁଙ୍କ ସହ ମାତ୍ର ୩ ଓଭର ବ୍ୟାଟିଂ କରିବା ପରେ ୧୨.୫ ଓଭର ଆଉଟ ହୋଇଥିଲେ। ଶିବମ(୧୩)ଙ୍କ ୱିକେଟ୍ ବି ଡାନିଏଲନ୍‌ ସାମ୍ସ ନେଇଥିଲେ। ଏପଟେ ବ୍ୟାଟିଂ ଜାରି ଖିଥିଲେ ରାଇଡୁ। ତାଙ୍କ ସହଯୋଗ କରିବାକୁ ପଞ୍ଚମ ୱିକେଟ୍ ପାଇଁ ଆସିଥିଲେ କ୍ୟାପ୍ଟେନ୍ ରବୀନ୍ଦ୍ର ଜାଡ଼େଜା। ଦୁହେଁ ମାତ୍ର ୧୨ ବଲ୍‌ରେ ୧୪ ରନ୍‌ ପାର୍ଟନର୍ସିପ୍ କରିଥିବା ବେଳେ ଜାଡ଼େଜାଙ୍କ ହାତ ଛାଡ଼ିଥିଲେ ରାଇଡୁ। ଦଳ ପାଇଁ ସଂଘର୍ଷ କରୁଥିବା ରାଇଡୁ ଅର୍ଦ୍ଧଶତକ ପୂରା କରି ନପାରି ମାତ୍ର ୪୦ ରନ୍ କରି ଆଉଟ୍ ହୋଇଥିଲେ। ସେ ଡାନିଏଲ୍‌ଙ୍କର ତୃତୀୟ ୱିକେଟ୍ ହୋଇଥିଲେ। ଏତିକିବେଳେ ଚେନ୍ନାଇ ୧୫.୩ ଓଭର ଖେଳି ୧୦୬ ରନ୍ କରିଥିବା ବେଳେ ୫ ୱିକେଟ ହରାଇସାରିଥିଲା। ଏହାପରେ ୧୫.୪ ଓଭର ଜାଡ଼େଜା(୩)ଙ୍କ ୱିକେଟ୍ ନେଇଥିଲେ ମେରେଡିଥ୍।

ଶେଷ ଓଭରରେ ମ୍ୟାଚ୍ ଜିତିବାକୁ ୧୭ ରନ୍‌ର ଆବଶ୍ୟକତା ପଡ଼ୁଥିଲା। ପଡ଼ିଆରେ ଥିଲେ ବିଶ୍ୱର ବେଷ୍ଟ ଫିନିଶର ମହେନ୍ଦ୍ର ସିଂହ ଧୋନୀ ଓ ଡ୍ୱାଇନେ ପ୍ରିଟୋରିୟସ୍। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଉନଡକଟ ପ୍ରଥମ ବଲ୍‌ରେ ପ୍ରିଟୋରିୟସଙ୍କ ୱିକେଟ୍ ନେଇଥିଲେ। ପ୍ରିଟୋରିୟସ ଏଲ୍‌ବିଡବ୍ଲୁରେ ଆଉଟ୍ ହୋଇ ଥିବା ବେଳେ ମାତ୍ର ୧୪ ରନ୍‌ କରିଥିଲେ। ଏହାପରେ ଷ୍ଟ୍ରାଇକ୍‌କୁ ଆସିଥିବା ଧୋନୀ ଉନଡକଡଙ୍କର ତୃତୀୟ ବଲ୍‌କୁ ଛକ୍କା ଓ ଚତୁର୍ଥ ବଲ୍‌କୁ ଚୌକା ମାରିଥିଲେ।

ମ୍ୟାଚ୍ ଜିତିବାକୁ ପାଇଁ ୨ ବଲ୍‌ରେ ଆଉ ୬ ରନର ଆବଶ୍ୟକତା ପଡ଼ୁଥିଲା। ପଞ୍ଚମ ବଲ୍‌ରେ ଶୀଘ୍ର ଦୁଇ ରନ୍‌ ନେଇ ପୁଣି ଷ୍ଟ୍ରାଇକ୍‌କୁ ଆସିଥିଲେ ଧୋନୀ। ମାତ୍ର ୧ ବଲ୍‌ରେ ୪ ରନ୍ ଆବଶ୍ୟକ ଥିଲା। ଶେଷ ବଲ୍‌ରେ ଚୌକା ମାରି ମ୍ୟାଚ୍ ଜିତାଇଲେ ଫିନିଶର ମହେନ୍ଦ୍ର ସିଂହ ଧୋନୀ। ଫଳରେ ଦଳ ୨୦ ଓଭର ଖେଳି ୭ ୱିକେଟ୍ ହରାଇ ୧୫୬ ରନ୍‌ର ଟାର୍ଗେଟ ପୂରା କରିଥିଲା।

ଚେନ୍ନାଇ ପକ୍ଷରୁ ଡାନିଏଲ୍ ସାମ୍ସ ସର୍ବାଧିକ ୪ ୱିକେଟ୍ ନେଇଥିଲେ। ସେହିପରି ରିଲେ ମେରିଡିଥ୍ ୧ ୱିକେଟ୍ ନେଇଥିବା ବେଳେ ଜୟଦେବ ଉନଡକଟ ଦୁଇଟି ୱିକେଟ୍ ନେଇଥିଲେ। ବୁମ୍ରା ଓ ହ୍ରିତିକ ଶୋକୀନ ୱିକେଟ୍ ନେବାରେ ବିଫଳ ହୋଇଥିଲେ।