IPL 2022 : ୩ୟ ମ୍ୟାଚ ରେ RCB ବନାମ PBKS

ଆଇପିଏଲ ୨୦୨୨ ର ୧୫ ତମ ସଂସ୍କରଣ ତୃତୀୟ ମ୍ୟାଚ୍ ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗସ ମଧ୍ୟରେ ପ୍ରଥମ ମ୍ୟାଚ ହେଉଛି I ଉଭୟ ଆରସିବି ଏବଂ ପଞ୍ଜାବ ଆଜି ପର୍ଯ୍ୟନ୍ତ ଆଇପିଏଲ୍ ଟାଇଟଲ୍ ଜିତି ନାହାଁନ୍ତି। ଏଭଳି ପରିସ୍ଥିତିରେ ଉଭୟ ଦଳ ଚଳିତ ବର୍ଷ ଭଲ ଆରମ୍ଭ କରିବାକୁ ଚାହୁଁଛନ୍ତି। ପଞ୍ଜାବ କିଙ୍ଗସ ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବାଙ୍ଗାଲୋର କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି I ଗୋଟିଏ ପଟେ ଫାଫ ଡୁ ପ୍ଲେସିସଭ୍କୁ ଆରସିବିର ନେତୃତ୍ୱ ଭାର ଦିଆଯାଇଥିବା ବେଳେ ପଞ୍ଜାବ କିଙ୍ଗସର ଅଧିନାୟକ ପାଲଟିଛନ୍ତି ମୟଙ୍କ ଅଗ୍ରୱାଲ । ତେବେ ଉଭୟ ଖେଳାଳି IPL ରେ ପ୍ରଥମ ଥର ଅଧିନାୟକ ଭାବେ ଟସ ପକାଇଛନ୍ତି । ତେବେ ଏହି ମ୍ୟାଚରେ ଟସ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ କ୍ୟାପଟେନ ମୟଙ୍କ । ବର୍ତ୍ତମାନ ନିଜର ଦୁଇ ଶକ୍ତିଶାଳୀ ପ୍ଲେଇଙ୍ଗ ଇଲେଭେନ ସହିତ ମଇଦାନକୁ ଓହ୍ଲାଇଛନ୍ତି ବାଙ୍ଗାଲୋର ଏବଂ ପଞ୍ଜାବ ।