IPL 2022: ରାଜସ୍ଥାନ ରୟାଲସ ୧୬୫ ରେ ଇନିଂସ ସମାପ୍ତ , ଲକ୍ଷ୍ନୌ ସାମ୍ନାରେ ଲକ୍ଷ୍ୟ ୧୬୬ ରନ

ସିମରନ ହେଟମାୟରଙ୍କ ଅର୍ଦ୍ଧଶତକ ବଳରେ ଆଇପିଏଲର ୨୦ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାୟଣ୍ଟସ ବିରୋଧରେ ଚ୍ୟାଲେଞ୍ଜିଂ ସ୍କୋର କରିଛି। ହେଟମାୟରଙ୍କ ଅପରାଜିତ ୫୯ ରନ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୫ ରନ କରିଛି। ଦେବଦତ୍ତ ପାଡିକଲ ୨୯ ଏବଂ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ କରିଛନ୍ତି। ଲକ୍ଷ୍ନୌ ତରଫରୁ କ୍ରିଷ୍ଣାପା ଗୋଥାମ ୨ଟି ଓ ଜାସନ ହୋଲଡର ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଲକ୍ଷ୍ନୌ ସୁପର ଜାୟଣ୍ଟସ ବୋଲିଂ ନିଷ୍ପତ୍ତି ନେଇଥିଲା।