IPL 2022 : ମୁମ୍ବାଇର ୧୦ ପରାଜୟ,୩ ରନ ରେ ବାଜି ମରିନେଲା ହାଇଦ୍ରାବାଦ

ଆଇପିଏଲର ୬୫ତମ ରୋମାଞ୍ଚକର ମୁକାବିଲାରେ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କରିଛି। ମଙ୍ଗଳବାର ଦିନ IPL 2022 ର ୬୫ ତମ ମ୍ୟାଚ ରେ ଉମରାନ ମଲିକ୍ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଥିଲେ I ଜାମ୍ମୁ କାଶ୍ମୀରର ଏହି ଦ୍ରୁତ ବୋଲର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୩ ୱିକେଟ୍ ନେଇ ସନରାଇଜର୍ସ ହାଇଦ୍ରାବାଦ ପାଇଁ ପ୍ଲେ ଅଫ୍ ଆଶାକୁ ଜୀବନ୍ତ ରଖିଛନ୍ତି। ମ୍ୟାଚ ରେ ପ୍ରଥମ ବ୍ୟାଟିଂ କରି ହାଇଦ୍ରାବାଦ ୬ ୱିକେଟ୍ ରେ ୧୯୩ ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ଙ୍କ ଏହା ଥିଲା ତୃତୀୟ ଅର୍ଦ୍ଧଶତକ I ଏହାର ଜବାବରେ ମୁମ୍ବାଇର ଦଳ ୭ ୱିକେଟ୍ ପାଇଁ ମାତ୍ର ୧୯୦ ରନ୍ ସ୍କୋରବାକୁ ସକ୍ଷମ ହୋଇଥିଲା । ୧୩ ଟି ମ୍ୟାଚ ରୁ ହାଇଦ୍ରାବାଦର ଏହା ହେଉଛି ଷଷ୍ଠ ବିଜୟ I ଯଦିଓ ହାଇଦ୍ରାବାଦର ଦଳ ଶେଷ ମ୍ୟାଚ୍ ଜିତିବା ପରେ ମଧ୍ୟ ୧୪ ପଏଣ୍ଟ ରେ ପହଂଚି ପାରିବ I ସେହିପରି ୧୩ ଟି ମ୍ୟାଚ ଖେଳି ମୁମ୍ବାଇର ଏହା ହେଉଛି ଦଶମ ପରାଜୟ I ବର୍ତ୍ତମାନ ତିନୋଟି ଦଳର ପଏଣ୍ଟ ସଂଖ୍ୟା ୧୨ରେ ରହିଛି। ହେଲେ ଖରାପ ନେଟ୍ ରନ ରେଟ୍ କାରଣରୁ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଛି।

ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ହାଇଦ୍ରାବାଦ ବିଜୟରେ ରାହୁଲ ତ୍ରିପାଠୀ, ଉମରାନ ମଲିକ ଏବଂ ଭୁବନେଶ୍ଵର କୁମାର ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଟି ନଟରାଜନଙ୍କ ୧୮ତମ ଓଭରରେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ୪ ଛକା ସହ ୨୬ ରନ ସଂଗ୍ରହ କରିଥିଲେ। ହେଲେ ୧୯ମ ଓଭର ଭୁବନେଶ୍ଵର କୁମାର ମେଡେନ ନେଇ ଖେଳର ମୋଡ ହାଇଦ୍ରାବାଦ ଆଡକୁ ମୋଡିଥିଲେ।

ରାହୁଲ ତ୍ରିପାଠୀଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ୪୪ ବଲରୁ ୭୬ ରନର ଇନିଂସ ଖେଳିଛନ୍ତି। ପ୍ରିୟମ ଗର୍ଗ ୨୬ ବଲରୁ ୪୨ ଏବଂ ନିକୋଲାସ ପୁରନ ୨୨ ବଲରୁ ୩୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏକଦା ୧୭ ଓଭରରେ ୧୭୨ ରନ କରିଥିବା ହାଇଦ୍ରାବାଦ ଶେଷ ଆଡକୁ ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲା। ଫଳରେ ଦଳ ୨୦୦ ଛୁଇଁ ପାରିନଥିଲା। ମୁମ୍ବାଇ ପକ୍ଷରୁ ରମନଦୀପ ସିଂହ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଡାନିଏଲ ସାମ୍ସ ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରିପାରିଛି। ଅଧିନାୟକ ରୋହିତ ଶର୍ମା ୪୮ ରନ ଏବଂ ଇଶାନ କିଷନ ୪୩ ରନ କରି ପ୍ରଥମ ଓ୍ଵିକେଟରେ ୯୫ ରନ ଦଳର ବିଜୟ ମୂଳଦୁଆ ପକାଇଥିଲେ। ହେଲେ ଦୁଇ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ମୁମ୍ବାଇ ଦିଗହରା ହୋଇ ପଡିଥିଲା। ମଧ୍ୟ କ୍ରମରେ ଦଳ ନିୟମିତ ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୮ ବଲରୁ ୩ ଚୌକା ଏବଂ ୪ ଛକା ସହ ୪୬ ରନ କରିଥିଲେ। ହେଲେ ସେ ରନ ଆଉଟ୍ ହେବା ମୁମ୍ବାଇକୁ ମହଙ୍ଗା ପଡିଥିଲା। ଶେଷରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଓ୍ଵିକେଟରେ ହରାଇବାରେ ସଫଳ ହୋଇଛି। ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର ଗୋଟିଏ ମେଡେନ ସହ ୨୬ ରନରେ ଗୋଟିଏ ଏବଂ ଫଜଲ ଫାରୁକି ୩୧ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି।