ଅଭିଷେକ ଶର୍ମା ଏବଂ ଆଡନ ମାରକ୍ରମଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ସନରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୫ ରନ କରିଛି। ଏକ ନମ୍ବର ସ୍ଥାନ ହାସଲ କରିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୯୬ ରନ କରିବାକୁ ପଡିବ। ଅଭିଷେକ ଶର୍ମା ୪୨ ବଲରୁ ୬୫ ଏବଂ ଆଡନ ମାରକ୍ରମ ୪୦ବଲରୁ ୫୬ ରନ କରିଛନ୍ତି। ଅଭିଷେକ ଏବଂ ମାରକ୍ରମ ତୃତୀୟ ଓ୍ଵିକେଟରେ ୯୬ ରନ ଯୋଡିଛନ୍ତି। ତେବେ ଶେଷ ଓଭରରେ ଶଶାଙ୍କ ସିଂହ ୬ ବଲରୁ ୨୫ ରନ କରିବାକୁ ହାଇଦ୍ରାବାଦ ୧୯୫ ରନ ପ୍ରଭାବଶାଳୀ ସ୍କୋର କରି ପାରିଛି। ମହମ୍ମଦ ଶାମି ୩୯ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
୪୪ ରନ୍ରେ ଦୁଇ ୱିକେଟ ହରାଇଥିବା ହାଇଦ୍ରାବାଦ ପାଇଁ ଅଭିଷେକ ଓ ମାର୍କମ ଯୋଡ଼ି ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ରୁତଗତିରେ ରନ୍ ସଂଗ୍ରହ କରିବା ସହ ତୃତୀୟ ୱିକେଟ ପାଇଁ ୯୬ ରନ୍ ଯୋଡ଼ିଥିଲେ। ଏଥିସହ ଅଭିଷେକ ଶର୍ମା ଛକା ମାରି ନିଜର ଅର୍ଦ୍ଧଶତକ ବି ହାସଲ କରିଥିଲେ। ଦଳୀୟ ସ୍କୋର ୧୪୦ ଥିବା ବେଳେ ଅଭିଷେକ ଶର୍ମା(୬୫)ଙ୍କୁ ଅଲଜାରି ଯୋଶେଫ କ୍ଲିନବୋଲ୍ଡ କରିଦେଇଥିଲେ।
ଆଉଟ ହେବା ପୂର୍ବରୁ ୪୨ଟି ବଲର ସମ୍ମୁଖୀନ ହୋଇଥିବା ଅଭିଷେକ ୩ଟି ଛକା ଓ ୬ଟି ଚୌକା ବଳରେ ୬୫ ରନ୍ କରିଥିଲେ। ସେ ଆଉଟ ହେବା ପରେ ମାର୍କମ ମଧ୍ୟ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୦ ବଲ୍ରେ ୫୬ ରନ୍ କରିଥିବା ବେଳେ ୟାଶ ଦୟାଲଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହି ଇନିଂସରେ ମାର୍କମ ୩ଟି ଛକା ଓ ୨ଟି ଚୌକା ମାରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ନିକୋଲ୍ସ ପୁରନ ୩ ଓ ୱାଶିଂଟନ ସୁନ୍ଦର ୩ ରନ୍ କରିଛନ୍ତି। ଶେଷ ଭାଗରେ ଶଶାଙ୍କ ସିଂହ ଓ ମାର୍କୋ ଜାନସେନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ଶେଷ ଓଭର୍ରେ ଜାନସେନ ଗୋଟିଏ ଛକା ମାରିଥିବା ବେଳେ ଶଶାଙ୍କ ୩ଟି ଛକା ମାରି ଦଳୀୟ ସ୍କୋରକୁ ୧୯୫ରେ ପହଞ୍ଚାଇ ଦେଇଥିଲେ। ଶଶାଙ୍କ ୬ ବଲରେ ୨୫ ଓ ଜାନସେନ ୫ ବଲ୍ରେ ୮ ରନ୍ କରି ଅପରାଜିତ ରହିଥିଲେ। ଶେଷ ୫ ଓଭର୍ରେ ହାଇଦ୍ରାବାଦ ୧୧ ରନ୍ରେ ରନ୍ ସଂଗ୍ରହ କରିଛି। ଏଥିସହ ଶେଷ ୫ ଓଭର୍ରେ ଦଳ ୪ ୱିକେଟ ମଧ୍ୟ ହରାଇଛି।
ଗୁଜରାଟ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ନେଇଥିବା ବେଳେ ୟାଶ ଦୟାଲ ଓ ଯୋଶେଫ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।