IPL 2022 : କଲକତା ବିପକ୍ଷରେ ଲକ୍ଷ୍ନୌ ର ୦/୨୧୦ର ବିଶାଳ ସ୍କୋର,ଡି’କକଙ୍କ ବିସ୍ଫୋରକ ୧୪୦

ଶେଷ ଲିଗ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ଜବରଦସ୍ତ ବ୍ୟାଟିଂ କରିଛନ୍ତି କ୍ୱିଣ୍ଟନ ଡି’କକ ଓ ଅଧିନାୟକ କେଏଲ ରାହୁଲ। ଡି’କକଙ୍କ ଶତକ ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ବିଶାଳ ସ୍କୋର କରିଛି। ଦଳ ବିନା କୌଣସି ୱିକେଟ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୧୦ ରନ୍ ହାସଲ କରିବାକୁ ସକ୍ଷମ ହୋଇଛି। ଫଳରେ କୋଲକାତାକୁ ଏହି କର ବା ମର ମ୍ୟାଚକୁ ଜିତିବା ପାଇଁ ୨୧୧ ରନର ଟାର୍ଗେଟ ମିଳିଛି। ଡି’କକ ଅପରାଜି ୧୪୦ ଓ ରାହୁଲ ଅପରାଜିତ ୬୮ ରନ୍ କରିଛନ୍ତି। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ମାରିଛନ୍ତି। ଆଇପିଏଲରେ ଏହା ହେଉଛି ତାଙ୍କର ଦ୍ଵିତୀୟ ଶତକ। କେଏଲ ରାହୁଲ ୫୧ ବଲରୁ ୩ ଚୌକା ଏବଂ ୪ ଛକା ସହ ୬୮ ରନ କରି ଅପରାଜିତ ଅଛନ୍ତି। ଡିକକ୍ ଏବଂ କେଏଲ ରାହୁଲ କୌଣସି ଭାଗିଦାରୀରେ ସର୍ବାଧିକ ରନ କରି ଆଇପିଏଲରେ ଇତିହାସ ରଚିଛନ୍ତି। ସୁନିଲ ନାରିନଙ୍କୁ ବାଦ୍ ଦେଲେ କୋଲକାତା ନାଇଟ୍ ରାଇଡର୍ସର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି।

ଟସ୍ ଜିତି ଲକ୍ଷ୍ନୌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ କୋଲକାତା ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ବିଶେଷ କରି ଡିକକ୍ ଦ୍ରୁତ ବ୍ୟାଟିଂ କରି ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଡିକକ୍ ଆଇପିଏଲ ଇତିହାସରେ ନିଜର ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ସେ ୭୦ ବଲରୁ ୧୦ଟି ଲେଖାଏଁ ଚୌକା ଏବଂ ଛକା ସହ ୧୪୦ ରନ କରିଛନ୍ତି। ଆଇପିଏଲର ଏହା ତାଙ୍କର ଦ୍ଵିତୀୟ ଶତକ। ଅନ୍ୟପଟେ ତାଙ୍କୁ ଉତ୍ତମ ସହଯୋଗ ଦେଇଛନ୍ତି ଅଧିନାୟକ କେଏଲ ରାହୁଲ।

କୋଲକାତାର ସୁନିଲ ନାରିନଙ୍କୁ ବାଦ୍ ଦେଲେ ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଉମେଶ ଯାଦବ ୩୪ ରନ, ଟିମ୍ ସାଉଦି ୫୭, ବରୁଣ ଚକ୍ରବର୍ତ୍ତୀ ୩୮ ଏବଂ ଆନ୍ଦ୍ରେ ରସେଲ ୪୫ ରନ ବ୍ୟୟ କରିଛନ୍ତି। ସୁନିଲ ନାରିନ ସବୁଠୁ କମ ୨୭ ରନ ଦେଇଛନ୍ତି।