IPL 2022: LSG vs SRH , ଟସ ଜିତି ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

ଆଇପିଏଲ୍ ୨୦୨୨ ର ଦ୍ୱାଦଶ ତମ ମ୍ୟାଚ୍ ରେ କେ.କେ ରାହୁଲଙ୍କ ନେତୃତ୍ୱରେ ଥିବା ଲଖନଉ ସୁପର ଜିଆଣ୍ଟସ୍ ବନାମ କେନ୍ ୱିଲିୟମସନଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବାକୁ ଯାଉଛନ୍ତି I ଉଭୟ ଦଳ ପ୍ରଥମ ମ୍ୟାଚ୍ ହାରିଛନ୍ତି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ସନରାଇଜର୍ସ ପ୍ରଥମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ନିକଟରୁ ପରାଜିତ ହୋଇଥିଲା । ସବୁ ବିଭାଗରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ବୋଲରମାନେ ଅତିରିକ୍ତ ରନ୍‌ ଅପଚୟ କରିଥିଲେ । ବ୍ୟାଟରମାନେ ୨୧୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିବାରେ ବିଫଳ ହୋଇଥିଲେ । ସୁପରଜାଏଣ୍ଟ୍‌ସକୁ ହରାଇବାକୁ ହେଲେ ପ୍ରଥମେ ବୋଲିଂ ବିଭାଗକୁ ସୁଦୃଢ କରିବାକୁ ପଡ଼ିବ। ଦଳରେ ଦକ୍ଷ ବୋଲରଙ୍କ ଅଭାବ ନାହିଁ । ଭୁବନେଶ୍ୱର କୁମାର, ଟି ନଟରାଜନ, ଉମ୍ରାନ ମଲିକ୍‌, ରୋମାରିଓ ସେଫର୍ଡଙ୍କ ଭଳି ପେସ୍‌ ବୋଲର ରହିଛନ୍ତି। ହେଲେ ଦଳ ରସିଦ ଖାନ୍‌ଙ୍କ ଭଳି ସ୍ପିନରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ଦଳର ବ୍ୟାଟିଂ ବିଭାଗ ଦୁର୍ବଳ ମନେ ହେଉଛି । କେନ ୱିଲିୟମସନ, ନିକୋଲାସ ପୂରନ ଓ ଆଡେନ ମାରକ୍ରମ ଦକ୍ଷତା ମୁତାବକ ପ୍ରଦର୍ଶନ କଲେ ସନରାଇଜର୍ସର ବିଜୟ ସହଜ ହେବ । ଆଜି ୱାସିଂଟନ ସୁନ୍ଦରଙ୍କ ଉପରେ ନଜର ରହିବା ସ୍ୱାଭାବିକ ।

ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହୋଇଥିଲା । ହେଲେ ଦ୍ୱିତୀୟ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇଥିଲା । ବର୍ତ୍ତମାନ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଅଧିନାୟକ ଲୋକେଶ ରାହୁଲ ଫର୍ମକୁ ନେଇ ସଂଘର୍ଷ କରୁଥିଲେ ହେଁ ଏଭିନ ଲୁଇସ, ଦୀପକ ହୁଡ଼ା ପ୍ରମୁଖ ଚମତ୍କାର ପ୍ରଦର୍ଶନ କରୁଛନ୍ତି । ନବାଗତ ଆୟୂଷ ବାଦୋନି ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ତାଙ୍କ ପ୍ରଦର୍ଶନ କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଛି । ଆଜିର ମ୍ୟାଚ୍‌ରେ ମଧ୍ୟ ବାଦୋନିଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଆଶା କରାଯାଇପାରେ ।

ଲକ୍ଷ୍ନୌ ସୁପର ଜାୟଣ୍ଟସ

କେଏଲ ରାହୁଲ(ଅଧିନାୟକ), କ୍ଵିଣ୍ଟନ ଡି କକ୍‌(ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ଏଭିନ ଲୁଇସ, ଦୀପକ ହୁଡ୍ଡା, ଆୟୁଷ ବାଦୋନି, କୃଣାଲ ପାଣ୍ଡ୍ୟା, ଜାସନ ହୋଲଡର, ଆଣ୍ଡ୍ର୍ୟୁ ଟାଇ, ରବି ବିଷ୍ଣୋଇ, ଅଭେଶ ଖାନ।

ସନରାଇଜର୍ସ ହାଇଦ୍ରାବାଦ

କେନ ଓ୍ଵିଲିୟମସନ(ଅଧିନାୟକ), ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନିକୋଲାସ ପୂରନ(ଓ୍ଵିକେଟ୍ କିପର), ଆଡନ ମାରକ୍ରମ, ଅବଦୁଲ ସାମଦ, ରୋମାରିଓ ସେଫର୍ଡ, ଓ୍ଵାଶିଂଟନ ସୁନ୍ଦର, ଭୁବନେଶ୍ଵର କୁମାର, ଟି ନଟରାଜନ, ଉମରାନ ମଲିକ।