IPL 2022 : ଆଜି ସନ୍ଧ୍ୟାରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ବନାମ ଗୁଜୁରାଟ ଟାଇଟାନ୍ସ

ଆଜି IPL 2022 ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି I ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଲକ୍ଷ୍ନୌ ସୁପର ଜଏଣ୍ଟସ୍ ବନାମ ଗୁଜୁରାଟ ଟାଇଟାନ୍ସ I ବର୍ତ୍ତମାନ ମ୍ୟାଚ ରେ ଏହି ଉଭୟ ଦଳ ଉତ୍କୃଷ୍ଟ ଫର୍ମରେ ଅଛନ୍ତି I ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚ୍‌ ଖେଳି ୮ ବିଜୟ ସହ ୧୬ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି । କେବଳ ରନ୍‌ ରେଟ୍‌ରେ ସୁପରଜାଏଣ୍ଟ୍‌ସ ଆଗରେ ରହିଛି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଦଳ ବିଜୟୀ ହୋଇଥିଲା । ଏଥର ସୁପରଜାଏଣ୍ଟ୍‌ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଶେଷ ୪ଟି ଯାକ ମ୍ୟାଚରେ ସୁପରଜାଏଣ୍ଟ୍‌ସ ବିଜୟୀ ହୋଇଥିବାବେଳେ ଟାଇଟନ୍ସ ଖେଳିଥିବା ଶେଷ ୨ଟି ଯାକ ମ୍ୟାଚ ପରାଜିତ ହୋଇଛି ।

ଟାଇଟନ୍ସ ଦଳରେ ସେଭଳି ସମସ୍ୟା ନଥିଲେ ହେଁ ଏପର୍ଯ୍ୟନ୍ତ ୩ନଂ ସ୍ଥାନ ପାଇଁ ଉପଯୁକ୍ତ ବ୍ୟାଟର ମିଳିନାହିଁ । ହେଲେ ଓପନର ରିଦ୍ଧିମାନ ଶାହା ନିୟମିତ ଭାବେ ବିସ୍ଫୋରକ ବ୍ୟାଟିଂ ଜାରି ରଖି ଜିତାଇବା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଶୁଭମନ ଗିଲ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଫର୍ମକୁ ଫେରିଛନ୍ତି । ସୁପରଜାଏଣ୍ଟ୍‌ସର ମଧ୍ୟ କ୍ରମ ବ୍ୟାଟିଂ ବିଭାଗ ଦୁର୍ବଳ ରହିଛି । କେବଳ ଦୁଇ ଓପନର କ୍ୱିଣ୍ଟନ ଡି କକ୍‌ ଓ ଲୋକେଶ ରାହୁଲଙ୍କ ଉନ୍ନତ ବ୍ୟାଟିଂ ଜାରି ରଖିଥିବାରୁ ଦୁର୍ବଳତା ନଜରକୁ ଆସିନାହିଁ ।

ଉଭୟ ଦଳର ବୋଲିଂ ବିଭାଗ ଶକ୍ତିଶାଳୀ । ସୁପରଜାଏଣ୍ଟ୍‌ସ ଦଳରେ ଜାସନ ହୋଲ୍ଡର, ଅଭେଶ ଖାନ, ମହସିନ ଖାନ, ଦୁଷ୍ମନ୍ତ ଚାମୀରା, କୃନାଲ୍‌ ପାଣ୍ଡ୍ୟା ଓ ରବି ବିଶ୍ନୋଇ ବୋଲିଂ ବିଭାଗ ସମ୍ଭାଳୁଛନ୍ତି । ଟାଇଟନ୍ସ ଦଳରେ ମହମ୍ମଦ ସାମି, ଲୋକି ଫର୍ଗୁସନ, ରସିଦ ଖାନ, ଅଲଜାରୀ ଜୋଶେଫଙ୍କ ଭଳି ବୋଲର ରହିଛନ୍ତି ।