ଆଇପିଏଲ୍ ୨୦୨୨ :ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ରେ ଏକାଠି ଖେଳୁଛନ୍ତି ଦୁଇ ପରସ୍ପର ବିରୋଧୀ

ଆଇପିଏଲ୍ ୨୦୨୨ ର ୧୫ ତମ ସଂସ୍କରଣ ର ଆଜି ୪ର୍ଥ ମ୍ୟାଚ ମୁମ୍ବାଇ ର ୱIଖେଡେ ଷ୍ଟାଡିୟମ ରେ ଖେଳ ଯାଉଛି Iଏହି ଲିଗ ରେ ପ୍ରଥମ ଥର ପାଇଁ ନୂଆ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ I ଏଥିରେ ପ୍ରଥମେ ଟସ ଜିତି ଗୁଜୁରାଟ ଟାଇଟନ୍ସ ବୋଲଂ କରିବାକୁ ନିଷ୍ପତି ନେଇଥିବା ବେଳେ ଲଖନଉ କୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଛି I
ତେବେ ଆଜିର ଏହି ମ୍ୟାଚରେ ରୋଚକ ଖବର ହେଉଛି ଦୁଇ ପରସ୍ପରକୁ ବିରୋଧୀ ଗୋଟିଏ ଟିମ ରେ ଖେଳିବାକୁ ଯାଉଛନ୍ତି I ଏ ମାନେ ହେଲେ କୄନାଲ ପାଣ୍ଡ୍ୟା ଓ ଦୀପକ ହୁଡ୍ଡା ଇ ଏହି ଦୁଇ ଖେଳାଳି ବର୍ତ୍ତମାନ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ପାଇଁ ପଡିଆକୁ ଓହ୍ଲାଇଛନ୍ତି I
କହି ରଖୁଛୁ କି କୄନାଲ ପାଣ୍ଡ୍ୟା ହେଉଛନ୍ତି ହାର୍ଦିକ ପାଣ୍ଡ୍ୟା ଙ୍କର ବଡ଼ ଭାଇ I ଯେକି ନିଜର ବିରୋଧୀ ଦୀପକ ହୁଡ୍ଡା ସହିତ ଲଖନଉ ସୁପର ଜାଏଣ୍ଟ୍‌ସ ପାଇଁ ଖେଳିବେ I ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ କୄନାଲ ପାଣ୍ଡ୍ୟା ଙ୍କୁ ୮ .୨୫ କୋଟି ଟଙ୍କାରେ କିଣାଯାଇଥିଲା I ଆଶା କରାଯାଉଥିଲା ଯେ କୄନାଲ ପାଣ୍ଡ୍ୟା ଙ୍କୁ ତାଙ୍କ ସାନଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ଦଳ କିଣିବେ, କିନ୍ତୁ ତାହା ହୋଇପାରିଲା ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ, ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଏବଂ ହାଇଦ୍ରାବାଦ ବିଡ୍ ପାଇଁ କୄନାଲ ପାଣ୍ଡ୍ୟା ଙ୍କ ବେଶ ପ୍ରାଇସ ୨ କୋଟି ଟଙ୍କା ଥିଲା।

ତେବେ ଦୀପକ ହୁଡ୍ଡାଙ୍କ ସହିତ କୄନାଲ ପାଣ୍ଡ୍ୟା ଙ୍କର ୨୦୧୧ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ବିବାଦ ଦେଖା ଦେଇଥିଲା I ସେ ସମୟ ରେ କୄନାଲ ପାଣ୍ଡ୍ୟା ବଦୋଦରା ଟିମ ର କ୍ୟାପଟେନ ଥିଲେ I ସେହି ସମୟରେ ଦୀପକ ହୁଡ୍ଡା ଙ୍କର କ୍ୟାରିଅର ସମାପ୍ତ କରିବାକୁ ଚାହିଁଥିଲେ କୄନାଲ ପାଣ୍ଡ୍ୟା I ଏହି କାରଣ ରୁ ଦୀପକ ହୁଡ୍ଡା ବଦୋଦରା ଟିମ ରୁ ଓହରି ଯାଇ ରାଜସ୍ଥାନ ଚାଲି ଯାଇଥିଲେ I