IPL ୨୦୨୨ : ଏଲିମିନେଟର ରୁ ଲକ୍ଷ୍ନୌ ବିଦା, ବାଜି ମାରିଲା ବେଙ୍ଗାଲୁରୁ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୨ ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୪ ରନରେ ପରାସ୍ତ କରି କ୍ୱାଲିଫାୟର ୨ ରେ ପହଞ୍ଚିବ ଯେଉଁଠାରେ ସେମାନେ ୨୭ ମଇରେ ରାଜସ୍ଥାନ ରୟାଲ୍ସକୁ ଭେଟିବେ I ୨୦୮ ରନର ଲକ୍ଷ୍ୟକୁ ପଛରେ ପକାଇ ସୁପର ଜଏଣ୍ଟସ୍ ଦଳ 6 ୱିକେଟ୍ ପାଇଁ ୧୯୩ ରନ୍ ସଂଗ୍ରହ କରିଥିଲେ I ଏଲିମିନେଟରର ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବୃଥା ହେଲା ଅଧିନାୟକ କେଏଲ ରାହୁଲଙ୍କ ଅଧିନାୟକତ୍ଵ ଇନିଂସ। ରଜତ ପାଟିଦାରଙ୍କ ଅପରାଜିତ ଶତକ ବଳରେ ବେଙ୍ଗାଲୁରୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌକୁ ୧୪ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ କ୍ଵାଲିଫାୟର-୨କୁ ଉନ୍ନିତ ହୋଇଛି। ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଏବେ କ୍ଵାଲିଫାୟର-୨ରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ରଜତ ପାଟିଦାରଙ୍କ ଅପରାଜିତ ୧୧୨ ରନ ବଳରେ ୪ ଓ୍ଵିକେଟ୍ ହରାଇ ୨୦୭ ରନ କରିଥିଲା। ଜବାବରେ ଲକ୍ଷ୍ନୌ ୬ ଓ୍ଵିକେଟ୍ ହରାଇ ୧୯୩ ରନରେ ସୀମିତ ରହିଛି। ଲୋକେଶ ରାହୁଲ ୭୯ ରନ କରିଥିବା ବେଳେ ଦୀପକ ହୁଡ୍ଡା ୪୫ ରନ କରିଛନ୍ତି। ଜୋସ୍ ହେଜେଲଉଡ ୩ ଓ୍ଵିକେଟ୍ ନେଇଛନ୍ତି।

୨୦୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସକୁ ୮ ରନ ସ୍କୋରରେ ଡିକକଙ୍କ(୬)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ମନନ ଭୋରା ୧୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ କେଏଲ ରାହୁଲ ଏବଂ ଦୀପକ ହୁଡ୍ଡା ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଦୃତୀୟ ଓ୍ଵିକେଟ୍‌ରେ ୯୬ ରନ ଯୋଡି ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦଳୀୟ ସ୍କୋର ୧୩୭ ରନରେ ଦୀପକ ହୁଡ୍ଡା ୨୬ ବଲରୁ ୧ ଚୌକା ଏବଂ ୪ ଛକା ସହାୟତାରେ ୪୫ ରନ କରି ପାଭିଲିୟନ ଥିଲେ। ଷ୍ଟୋଇନିସ୍ ୯ ରନ କରିଥିଲେ।

ଅନ୍ୟପଟେ ଲୋକେଶ ରାହୁଲ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ। ହେଲେ ଶେଷ ଆଡକୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ଲକ୍ଷ୍ନୌ ବିଜୟ ଲକ୍ଷ୍ୟଠୁ ଦୂରେଇ ଯାଇଥିଲା। ଲୋକେଶ ରାହୁଲ ୫୮ ବଲରୁ ୩ ଚୌକା ଏବଂ ୫ ଛକା ସହ ୭୯ ରନ କରି ଆଉଟ୍ ହୋଇଥିଲେ। ରାହୁଲଙ୍କ ବିଦାୟ ପରେ ଲକ୍ଷ୍ନୌ ବିଜୟରୁ ଦୂରେଇ ଯାଇଥିଲା। ଶେଷରେ ଦଳ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରି ପାରିଛି। ବେଙ୍ଗାଲୁରୁ ତରଫରୁ ଜୋସ୍ ହେଜେଲଉଡ ୪୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି।

ବେଙ୍ଗାଲୁରୁ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଏହି କ୍ରମରେ ପାଟିଦାର ଆଇପିଏଲରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ପଞ୍ଚମ ଓ୍ଵିକେଟରେ ୯୨ ରନ ଯୋଡି ଦଳର ସ୍କୋରକୁ ୪ ଓ୍ଵିକେଟରେ ୨୦୭ରେ ପହଞ୍ଚାଇଛନ୍ତି। ପାଟିଦାର ୫୪ ବଲରୁ ୧୨ ଚୌକା ଏବଂ ୭ ଛକା ସହ ୧୧୨ ଏବଂ କାର୍ତ୍ତିକ ୨୩ ବଲରୁ ୫ ଚୌକା ଏବଂ ୧ ଛକା ସହୟତାରେ ୩୭ ରନ କରି ଅପରାଜିତ ଥିଲେ।