IPL-2022: LSG ବନାମ MI, ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ଲକ୍ଷ୍ନୌ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ଚଳିତ ଆଇପିଏଲ ସିଜିନ ର ୧୫ ତମ ସଂସ୍କରଣ ର ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ନୂଆ ଦଳ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯାଉଛି I ଚଳିତ ଆଇପିଏଲ ସିଜିନ୍ରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିଶେଷ ଫଳପ୍ରଦ ହୋଇ ପାରିନାହିଁ I କହିବାକୁ ଗଲେ ମୁମ୍ବାଇ ଇଂଡିଆନ୍ସ ଏପର୍ଯ୍ୟନ୍ତ ନିଜର ଆକାଉଣ୍ଟ ଖୋଲିପାରି ନାହିଁ I ଖେଳ ଯାଇଥିବା ୭ ଟି ଯାକ ମ୍ୟାଚ ରେ ଶୋଚନୀୟ ଭାବରେ ପରାଜୟ ବରଣ କରିଛି ମୁମ୍ବାଇ । ଅଧିନାୟକ ରୋହିତ ଶର୍ମା, ଓପନର ଇଶାନ କିଷନଙ୍କ ଖରାପ ଫର୍ମ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି।
ଅନ୍ୟପଟେ ଲକ୍ଷ୍ନୌ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଚାଲିଛି। ଏଥି ସହିତ, କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ବ ରେ ଦଳ ୭ ଟି ମ୍ୟାଚ ମଧ୍ୟରୁ ୪ ଟି ଜିତିଛି, ଯାହା କି ପଏଣ୍ଟ ଟେବୁଲର ୫ ମ ସ୍ଥାନରେ ଅଛି | ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ହୋଇଥିବାବେଳେ କରୁଥିବାବେଳେ କେ.ଏଲ୍ ରାହୁଲ ଲକ୍ଷ୍ନୌ ଦଳ ର ଅଧିନାୟକ ରହିଛନ୍ତି ଇ
ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍ ଜିତିବାକୁ ହେଲେ କେଏଲ ରାହୁଲଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡିବ। ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ କେଏଲ ରାହୁଲଙ୍କ ବ୍ୟାଟ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖୁବ୍ ଗର୍ଜିଥାଏ। କେଏଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୫ଟି ମ୍ୟାଚ୍ ଖେଳି ୭୬ ହାରରେ ୭୬୪ ରନ କରିଛନ୍ତି। ରାହୁଲ ମୁମ୍ବାଇ ବିପକ୍ଷରେ ଦୁଇଟି ଶତକ ମଧ୍ୟ ହାସଲ କରିଛନ୍ତି। ଏପରିକି ୨୦୧୮ ସିଜିନରେ ସେ ମୁମ୍ବାଇ ବିପକ୍ଷରେ ୯୪.୫ ହାରରେ ରନ କରିଥିଲେ। ଗତ ନଅଟି ଇନିଂସରେ କେଏଲ ରାହୁଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨ ଶତକ, ଚାରି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଦୁଇ ଦଳର ଚୂଡାନ୍ତ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ- ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ଓ୍ଵିକେଟ୍ କିପର), ଡେଓ୍ଵାର୍ଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, କିରଣ ପୋଲାର୍ଡ, ଋତିକ ଶୌକିନ, ଜୟଦେବ ଉନାଦକତ/, ଡାନିଏଲ ସାମ୍ସ, ରିଲେ ମେରେଡିଥ୍, ଯଶପ୍ରୀତ ବୁମରା।

ଲକ୍ଷ୍ନୌ ସୁପର ଜାଏଣ୍ଟସ- କେଏଲ ରାହୁଲ(ଅଧିନାୟକ), କ୍ଵିଣ୍ଟନ ଡିକକ୍(ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କୃଣାଲ ପାଣ୍ଡ୍ୟା, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ, ଜାସନ ହୋଲଡର, ଦୁଷ୍ମନ୍ତା ଚମିରା, ମହଶିନ ଖାନ ଓ ରବି ବିଷ୍ଣୋଇ।