କ୍ଵିଣ୍ଟନ ଡିକକ୍ଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଆଇପିଏଲର ୫୩ତମ ମୁକାବିଲାରେ ୭ ଓ୍ଵିକେଟ୍ ହରାଇ ୧୭୬ ରନ କରିଛି। ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ ତିଷ୍ଠିବାକୁ ହେଲେ କୋଲକାତାକୁ ୧୭୭ ରନ କରିବାକୁ ପଡିବ। ଲକ୍ଷ୍ନୌ ତରଫରୁ କ୍ଵିଣ୍ଟନ ଡି କକ୍ ୫୦ ରନ କରିଥିବା ବେଳେ ଦୀପକ ହୁଡ୍ଡା ଦ୍ରୁତ ୪୧ ରନ ଏବଂ ମାର୍କସ ଷ୍ଟୋଇନିସ ୨୮ ରନ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଆନ୍ଦ୍ରେ ରସେଲ ୨ ଓ୍ଵିକେଟ୍ ନେଇଥିବା ବେଳେ ଟିମ୍ ସାଉଦି, ସୁନିଲ ନାରିନ ଏବଂ ଶିବମ ମାଭି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ତେବେ ୧୯ ତମ ଓଭର ଦେଇଥିବା ଶିବମ ମାଭିଙ୍କୁ ଷ୍ଟୋଇନିସ୍ ଏବଂ ହୋଲଡର ମିଳିତ ୫ ଛକା ମାରିବାରୁ ଲକ୍ଷ୍ନୌ ୧୭୬ ରନ ସ୍କୋରରେ ପହଞ୍ଚି ପାରିଛି। ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।