IPL 2022 :KKR ବନାମ GT, ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ କୋଲକାତା ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତି

ଆଇପିଏଲ୍ ୨୦୨୨ ର ୩୫ ତମ ମ୍ୟାଚ୍ ଶନିବାର କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳା ଯାଉଛି I ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋଲକାତା ଦଳ ପ୍ରଥମେ ବୋଲିଂ କରିବ । ଆଇପିଏଲର ଏହି ସିଜନରେ ଡେବ୍ୟୁ କରିଥିବା ଗୁଜୁରାଟ ଟାଇଟାନ୍ସ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି I ଏଥିସହିତ କେକେଆର୍ ସପ୍ତମ ସ୍ଥାନରେ ରହିଛି। ଆଜିର ମ୍ୟାଚ ରେ ପୁନର୍ବାର ବିଜୟ ଟ୍ରାକକୁ ଫେରିବାକୁ KKR ପ୍ରୟାସ ଜାରି ରଖିଛି I ଏଭଳି ପରିସ୍ଥିତିରେ ଗୁଜୁରାଟ ସମ୍ମୁଖରେ କୋଲକାତା ଦୃଢ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି I ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଗୁଜୁରାଟ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଅଧିକାଂଶ ସମୟରେ, ମଧ୍ୟମ ଅର୍ଡର ଗୁଜୁରାଟକୁ ଅସୁବିଧାରୁ ଟାଣି ନେଇଛି I ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜୁରାଟ ଟାଇଟାନ୍ସ ଏହାର ଉଭୟ ବ୍ୟାଟିଂ ଏବଂ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରୁଛି। ଆହତ ଜନିତ କାରଣ ରୁ ହାର୍ଦ୍ଦିକ ପାଣ୍ଡ୍ୟା ଗତ ମ୍ୟାଚ ଖେଳି ନ ଥିଲେ ମଧ୍ୟ CSK ବିପକ୍ଷ ମ୍ୟାଚରେ ଗୁଜୁରାଟ ବିଜୟ ଲାଭ କରିଥିଲା I

ଦୁଇ ଟିମ ର ପ୍ଲେଇଂ ୧୧
ଗୁଜରାଟ ଟାଇଟନ୍ସ: ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ବିଜୟ ଶଙ୍କର/ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ୍ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମି, ୟଶ ଦୟାଲ ।

କୋଲକାତା ନାଇଟ୍ ରାଇଡର୍ସ: ଆରୋନ ଫିଞ୍ଚ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର (ଅଧିନାୟକ), ନିତିଶ ରାଣା, ସେଲଡନ ଜାକସନ, ଆନ୍ଦ୍ରେ ରସେଲ, ସୁନିଲ ନାରାଏନ, ପ୍ୟାଟ୍ କମିନ୍ସ, ଶିବମ ମାଭି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ ।