ଚଳିତ ଆଇପିଏଲର ୧୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ କଡା ମୁକାବିଲା ହୋଇଥିଲା I ଏଥର ହାଇଦ୍ରାବାଦ ଚେନ୍ନାଇ କୁ ୮ ୱିକେଟ୍ ରେ ହରାଇଛି । ଚାରିଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍ ପୁଣି ଥରେ ପରାଜୟର ସାମ୍ନା କରିଛି । ଏହି ପରାଜୟ ସହିତ ଚଳିତ ସିଜନ୍ ରେ ଲଗାତାର ଚତୁର୍ଥ ପରାଜୟ ବରଣ କରିଛି ଚେନ୍ନାଇ । ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓପନର ବ୍ୟାଟ୍ସମାନ ଅଭିଷେକ ଶର୍ମାଙ୍କ ଦମଦାର ଅର୍ଦ୍ଧଶତ ବଳରେ ଚଳିତ ଆଇପିଏଲରେ ପ୍ରଥମ ଥର ଖାତI ଖୋଲିଛି ହାଇଦ୍ରାବାଦ ଇ
ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ କ୍ରମାଗତ ଚତୁର୍ଥ ପରାଜୟ ଭୋଗି ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ଓ୍ଵିକେଟ୍ ବିନିମୟରେ ୧୫୪ ରନ କରିଥିଲା। ଦଳ ପକ୍ଷରୁ ମୋଇନ ଅଲ୍ଲୀ ୪୮ ରନ କରିଥିଲେ। ଜବାବରେ ଅଭିଷେକ ଶର୍ମାଙ୍କ ୭୫ ରନ ଏବଂ ରାହୁଲ ତ୍ରିପାଠୀଙ୍କ ଅପରାଜିତ ୩୯ ରନ ବଳରେ ହାଇଦ୍ରାବାଦ ୧୭.୪ ଓଭରରେ ୨ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ହାଇଦ୍ରାବାଦର ଚଳିତ ଆଇପିଏଲରେ ଏହା ହେଉଛି ପ୍ରଥମ ବିଜୟ।
୧୫୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ଅଧିନାୟକ ଓ୍ଵିଲିୟମସନ ଏବଂ ଅଭିଷେକ ଶର୍ମା ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟରେ ୧୨.୧ ଓଭରରେ ୮୯ ରନ ଯୋଡିଥିଲେ। ଓ୍ଵିଲିୟମସନ ମନ୍ଥର ବ୍ୟାଟିଂ କରି ୪୦ ବଲରୁ ୩୨ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଏବଂ ଶର୍ମା ଦଳର ଇନିଂସକୁ ଆଗକୁ ବଢାଇବା ସହ ଦ୍ଵିତୀୟ ଓ୍ଵିକେଟର ୫୬ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ। ଶର୍ମା ଦମଦାର ବ୍ୟାଟିଂ କରି ୫୦ ବଲରୁ ୫ ଚୌକା ଏବଂ ୩ ଛକା ସହ ୭୪ ରନ କରିଥିଲେ। ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୫ ବଲରୁ ୫ ଚୌକା ଏବଂ ୨ ଛକା ସହ ୩୯ ରନ କରି ଦଳକୁ ୧୭.୪ ଓଭରରେ ୨ ଓ୍ଵିକେଟ୍ ବିନିମୟରେ ଦଳକୁ ବିଜୟୀ କରାଇଛନ୍ତି। ନିକୋଲାସ ପୁରନ ୫ ରନ କରି ଅପରାଜିତ ଥିଲେ।