ଗୁଜୁରାଟ ଟାଇଟାନ୍ସ ଚଳିତ ଆଇପିଏଲରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ବଜାୟ ରଖିଛି I ଆଇପିଏଲ ୨୦୨୨ ର ୪୦ ତମ ମ୍ୟାଚରେ ଦଳ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରି ବିଜୟ ହାସଲ କରିଛି I ୮ ଟି ମ୍ୟାଚ ଖେଳି ଏହା ଗୁଜରାଟର ସପ୍ତମ ବିଜୟ I ଏହା ସହିତ ଦଳ ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି | ଏଥି ସହିତ ହାଇଦ୍ରାବାଦ ଦଳ ଲଗାତାର ୫ ଟି ବିଜୟ ପରେ ଗୋଟିଏ ମ୍ୟାଚ ହାରିଛି। ଶେଷ ବଲରୁ ଛକା ମାରି ରସିଦ ବିଜୟ ହାସଲ କରିଥିଲେ। ମ୍ୟାଚରେ ପ୍ରଥମ ଖେଳି ହାଇଦ୍ରାବାଦ ୬ ୱିକେଟ୍ ହରାଇ ୧୯୫ ସ୍କୋର କରିଥିଲା। ଅଭିଷେକ ଶର୍ମା ଏବଂ ଆଡେନ ମାର୍କ୍ରାମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାର ଜବାବରେ ଗୁଜୁରାଟ ଟାଇଟାନ୍ସ ଟାର୍ଗେଟକୁ ଧକ୍କା ଦେଇଥିଲା।
ହାଇଦ୍ରାବାଦ ଅଷ୍ଟମ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ଅଭିଷେକ ଶର୍ମାଙ୍କ ୪୨ ବଲରୁ ୬୫ ଏବଂ ଆଡନ ମାରକ୍ରମ ୪୦ ବଲରୁ ୫୬ ରନ ଜରିଆରେ ହାଇଦ୍ରାବାଦ ୧୯୫ ରନ ପ୍ରଭାବଶାଳୀ ସ୍କୋର କରି ପାରିଥିଲା। ଶଶାଙ୍କ ସିଂହ ୬ ବଲରୁ ୨୫ ରନ କରିଥିଲେ। ଜବାବରେ ଗୁଜରାଟ ଋଦ୍ଧିମାନ ଶାହଙ୍କ ୩୮ ବଲରୁ ୧୧ ଚୌକା ଏବଂ ୧ ଛକା ସହ ୬୮ ରନ ସହ ରାହୁଲ ତେଓ୍ଵତିଆଙ୍କ ଅପରାଜିତ ୨୧ ବଲରୁ ୪୦ ରନ ଏବଂ ରଶିଦ ଖାନଙ୍କ ଅପରାଜିତ ୧୧ ବଲରୁ ୩୧ ରନ ବଳରେ ଗୁଜରାଟ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ପୁଣି ଥରେ ଗୁଜରାଟ ଶେଷ ଓଭରରେ ମ୍ୟାଚ୍ ଜିତିବାରେ ସଫଳ ହୋଇଛି।