IPL 2022:ଫାଫ ଡୁପ୍ଲେସିସଙ୍କ ଅର୍ଦ୍ଧଶତକ ବଳରେ ବେଙ୍ଗାଲୁରୁ ୧୮୧/୬,ଲକ୍ଷ୍ନୌ ପାଇଁ ଲକ୍ଷ୍ୟ ୧୮୨

ଫାଫ ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିରୋଧରେ ପ୍ରଭାବଶାଳୀ ସ୍କୋର କରିଛି। ଫାଫ ଡୁପ୍ଲେସିସ୍‌ଙ୍କ ୯୬ ରନ ବଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ନୌ ସମ୍ମୁଖରେ ୧୮୨ ରନର ବିଜୟ ଲକ୍ଷ୍ୟ ରହିଛି। ତେବେ ଶେଷ ଦୁଇ ଓଭରରେ ବେଙ୍ଗାଲୁରୁର ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା ଲକ୍ଷ୍ନୌ। ଫଳରେ ବେଙ୍ଗାଲୁରୁର ସ୍କୋର ୨୦୦ ପହଞ୍ଚି ପାରି ନାହିଁ। ଦଳ ପକ୍ଷରୁ ଜାସନ ହୋଲଡର ୨୫ ରନ ଦେଇ ୨ ଏବଂ ଦୁଷ୍ମନ୍ତ ଚମିରା ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି।