ଚଳିତ ସିଜନରେ ୩୪ ତମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୋୟଲ୍ସ ।ପୁନେ ସ୍ଥିତ ଏମ୍ସିଏ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଏହି ମ୍ୟାଚ୍କୁ ୱାଙ୍ଖଡେ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି । ମ୍ୟାଚରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ ନିଷ୍ପତ୍ତି ନେଇଛି। ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିବ।
୬ଟି ମ୍ୟାଚ୍ ଖେଳି ରୟାଲ୍ସ ଦଳ ୪ ବିଜୟ ସହ ମୋଟ୍ ୮ ପଏଣ୍ଟ ହାସଲ କରିସାରିଛି । ପଏଣ୍ଟ ତାଲିକାରେ ଦଳ ତୃତୀୟ ସ୍ଥାନରେ ରହିଛି । କ୍ୟାପିଟାଲ୍ସକୁ ହରାଇବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟରେ କରୋନା ସଂକ୍ରମଣ ମଧ୍ୟ କ୍ୟାପିଟାଲ୍ସ ମନୋବଳ ଭାଙ୍ଗି ପାରି ନାହିଁ । ଦଳର ୬ଜଣ ସଦସ୍ୟ ଅସୁସ୍ଥ ହୋଇ କ୍ୱାରେଣ୍ଟାଇନ୍ରେ ରହିଥିଲେ ହେଁ କ୍ୟାପିଟାଲ୍ସ ଗତ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସକୁ ଏକ ତରଫା ଭାବେ ହରାଇଥିଲା । ୬ଟି ମ୍ୟାଚ୍ ଖେଳି କ୍ୟାପିଟାଲ୍ସ ୩ ବିଜୟ ସହ ମୋଟ୍ ୬ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦଳ ଷଷ୍ଠ ସ୍ଥାନରେ ରହିଛି ।
ଆଜି ଦୁଇ ଦଳର ଓପନରଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହେବ । ମୋଟ୍ ଉପରେ କହିବାକୁ ଗଲେ ଏହି ମ୍ୟାଚ୍ରେ ପାୱାର ପ୍ଲେ ଲଢେଇ ଦେଖିବାକୁ ମିଳିବ। ଉଭୟ ଦଳର ଓପନର ଫର୍ମରେ ରହିଛନ୍ତି । ରୟାଲ୍ସର ଜୋସ ବଟଲର ଇତି ମଧ୍ୟରେ ୨ଟି ଶତକ ଅର୍ଜନ କରିସାରିଛନ୍ତି। କ୍ୟାପିଟାଲ୍ସ ଓପନର ପୃଥ୍ୱୀ ଶ’ ଓ ଡେଭିଡ୍ ୱାର୍ଣ୍ଣର ପାୱାର ପ୍ଲେରେ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି ।ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର ରହିବ । ଗତ ନାଇଟ୍ ରାଇଡର୍ସ ବିପକ୍ଷ ମୁକାବିଲାରେ ଚହଲ ହ୍ୟାଟ୍ରିକ୍ ଅର୍ଜନ କରି ଦଳକୁ ବିଜୟୀ କରାଇଥିଲେ । କ୍ୟାପିଟାଲ୍ସ ବ୍ୟାଟରମାନେ ତାଙ୍କୁ ସତର୍କତାର ସହ ସାମ୍ନା କରିବେ ।
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ୍ ୱାର୍ଣ୍ଣର, ସର୍ଫରାଜ ଖାନ, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ରୋଭମାନ ପାୱେଲ୍, ଅକ୍ଷର ପଟେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଖଲିଲ ଅହମ୍ମଦ ।
ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେଟମାୟର, କରୁଣ ନାଏର, ରିୟାନ ପରାଗ, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକ୍କୟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ ।