IPL 2022 :ପ୍ରଥମ ବ୍ୟାଟିଂ ରେ ୪ ୱିକେଟ ହରାଇ ସିଏସକେ ର ୨୧୬ ରନ,ବେଙ୍ଗାଲୁରୁ ପାଇଁ ଲକ୍ଷ୍ୟ ୨୧୭

ସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ବାଙ୍ଗାଲୋର ଅଧିନାୟକଙ୍କୁ ନେବା ମହଙ୍ଗା ପଡିଯାଇଛି । କ୍ରମାଗତ ଚାରୋଟି ମ୍ୟାଚ୍ ହାରି ଚାପରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୨୨ତମ ମ୍ୟାଚରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଛି।ଦଳକୁ ମିଳିଛି ୨୧୭ ରନର ଏକ ବିଶାଳକାୟ ଲକ୍ଷ୍ୟ । ଚେନ୍ନାଇ ତରଫରୁ ଶିବମ ଦୁବେଙ୍କ ୯୫ ଏବଂ ରବିନ ଉତ୍ଥାପାଙ୍କ ୮୮ ରନର ପାଳି ଚେନ୍ନାଇକୁ ଆଜି ଆତ୍ମବିଶ୍ୱାସ ଫେରାଇ ଆଣିଛି । ତେବେ ଆଜରି ଏହି ମ୍ୟାଚରେ ବିଜୟର ଏକ ଆଶା ସଞ୍ଚାର କରିଛି ସିଏସକେ । ଦଳ ସିଜନର ପ୍ରଥମ ବିଜୟ ହାସଲ କରିବ ବୋଲି ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଆରମ୍ଭ ନିରାଶଜନକ ରହିଥିଲା। ଋତୁରାଜ ଗାଏକଓ୍ଵାଡ(୧୭) ଆଉଟ୍ ହୋଇଥିଲେ। ମୋଇନ ଅଲ୍ଲୀ(୩) ପୁଣି ଥରେ ନିରାଶ କରିଥିଲେ। ଦଳୀୟ ସ୍କୋର ୩୬ ରନରେ ୨ଟି ଓ୍ଵିକେଟ୍ ହରାଇଥିବା ଚେନ୍ନାଇର ଇନିଂସ ସମ୍ଭାଳିଥିଲେ ରବିନ ଉଥପ୍ପା ଓ ଶିବମ ଦୁବେ। ଦୁଇ ବ୍ୟାଟସମ୍ୟାନ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ସେଟ୍ ହେବା ପରେ ଧୂଆଁଧାର ବ୍ୟାଟିଂ କରିଥିଲେ ଉଥପ୍ପା ଓ ଦୁବେ। ଉଭୟ ଅର୍ଦ୍ଧଶତକ ହାସଲ କରିଥିଲେ। ଛକା ଏବଂ ଚୌକା ବର୍ଷା କରି ତୃତୀୟ ଓ୍ଵିକେଟ୍‌ରେ ୧୬୫ ରନ ଯୋଡି ଦଳର ସ୍କୋରକୁ ୨୦୧ ରନରେ ପହଞ୍ଚାଇଥିଲେ। ଉଥାପ୍ପା ୫୦ ବଲରୁ ୪ ଚୌକା ଏବଂ ୯ ଛକା ସହ ୮୮ ରନ କରି ଆଉଟ୍ ହୋଇଥିଲେ। ଶିବମ ଦୁବେ ୪୬ବଲରେ ଧୂଆଁଧାର ବ୍ୟାଟିଂ କରି ୫ ଚୌକା ଏବଂ ୮ ଛକା ସହ ୯୫ ରନ କରି ଅପରାଜିତ ଥିଲେ। ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୬ ରନ କରିଛି।