IPL 2022 :ଲଞ୍ଚ ହେଲା ଚେନ୍ନାଇ ସୁପର କିଙ୍ଗସ ର ନୂଆ ଜର୍ସି

IPL 2022 ୨୬ ମାର୍ଚ୍ଚ ରେ ଆରମ୍ଭ ହେବାକୁ ଯାଉଛି I ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଲଞ୍ଚ କରିଛି ନୂଆ ଜର୍ସି । ଉଦ୍ଘାଟନୀ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡ଼ର୍ସ ମଧ୍ୟରେ ଖେଳାଯିବ Iତେବେ ଏହା ପୂର୍ବରୁ ନୂଆ ଜର୍ସି ଲାଞ୍ଚ ନେଇ ଚେନ୍ନାଇ ସୁପର କିଙ୍ଗସ ଟ୍ୱିଟରରେ ଏକ ଭିଡିଓ ଅପଲୋଡ କରିଛି । ଏହି ଭିଡିଓରେ ଦଳର ଷ୍ଟାର ଖେଳାଳି ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡେଜାଙ୍କ ସହିତ କ୍ୟାପଟେନ କୁଲ ମାହି ନୂଆ ଜର୍ସିରେ ନିଜର ନୂଆ ଲୁକରେ ଦେଖିବାକୁ ମିଳଛନ୍ତି । ଚଳିତ ସିଜନ ପାଇଁ ଲଞ୍ଚ କରିଥିବା ଜର୍ସିରେ ବିଶେଷ କିଛି ବଡ ପରିବର୍ତ୍ତନ କରିନାହିଁ ଚେନ୍ନାଇ । ତେବେ ବଡ ପରିବର୍ତ୍ତନ ଭାବରେ ଟିମର ସ୍ପନସର ଅନଲାଇନ ସପିଙ୍ଗ କମ୍ପାନୀ ମିଣ୍ଟ୍ରାର ସ୍ଥାନ ନେଇଛି ଟିଭିଏସ ୟୁରୋଗ୍ରିପ । ତେଣୁ ଚଳିତ ସିଜନରେ ଜର୍ସିରେ ସାମନା ଭାଗରେ ମିଣ୍ଟ୍ରା ବଦଳରେ ଏହି କମ୍ପାନୀର ଲୋଗୋ ଦେଖିବାକୁ ମିଳିବ ।

ଅନ୍ୟ ପରିବର୍ତ୍ତନ ଭିତରେ ଜର୍ସିର ବାମ ପଟ ଛାତିରେ ଚେନ୍ନାଇ ଲୋଗୋ ଉପରେ ୩ ବଦଳରେ ୪ଟି ଷ୍ଟାର ଦେଖିବାକୁ ମିଳିବ । ଲିଗରେ ୪ ଥର ଟାଇଟଲ ହାସଲ କରିଥିବାରୁ ଏହି ଷ୍ଟାର ସଂଖ୍ୟାରେ ବୃଦ୍ଧି କରିଛି ଚେନ୍ନାଇ । ଜର୍ସିର କାନ୍ଧରେ ମଧ୍ୟ ଏକ ସ୍ୱତନ୍ତ୍ର ପାଟର୍ଣ୍ଣ ତିଆରି ହୋଇଛି । ତେବେ ପୂର୍ବ ପରି ସିଂହର ଚିତ୍ର ଜର୍ସିରେ ଅପରିବର୍ତ୍ତିତ ରହିବ । ଏହି ଭିହିଓର ଶେଷରେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଜର୍ସି ଏବଂ ନମ୍ବର ୭କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି ।