ଆଇପିଏଲ୍ 2022 ଆଜି ର ୬୦ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି I ଏହି ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ପାଇଁ ‘କର ବା ମର’ ସ୍ଥିତି ରହିବ I ଏଥି ସହିତ, ରୟାଲ ଚ୍ୟାଲେଞ୍ଜର୍ସଙ୍କ ପାଇଁ ଆଇପିଏଲ୍ ପ୍ଲେ ଅଫ୍ ପହଞ୍ଚିବା ପାଇଁ ଏକ ସହଜ ସୁଯୋଗ ରହିଛି I ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଅତ୍ୟନ୍ତ ଜରୁରୀ । ତେଣୁ ଆଜିର ମ୍ୟାଚ୍ରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଆଜିର ମୁକାବିଲାରେ ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ସମାନ ୧୧ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଉଛି।
ବର୍ତ୍ତମାନ କେବଳ ବିଜୟ ସେଭଳି ମହତ୍ୱ ରଖୁନାହିଁ । ବିଜୟ ସହ ଗଣିତ ମଧ୍ୟ ଜରୁରି ହୋଇପଡ଼ିଛି । ବଡ ବ୍ୟବଧାନରେ ମ୍ୟାଚ୍ ଜିତି ରନ୍ ରେଟ୍ରେ ଉନ୍ନତି ଆଣିବା ପ୍ରଥମ କାର୍ଯ୍ୟ ହେବ । ରୟାଲ୍ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ହାସଲ କରିଥିଲେ ହେଁ ରନ୍ ରେଟ୍ -୦.୧୧୫ ରହିଛି। ସେହିପରି ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ(-୦.୦୫୭ ରନ୍ ରେଟ୍) ଅକ୍ତିଆର କରିଛି । ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ପଞ୍ଜାବ କିଙ୍ଗ୍ସକୁ ବାକି ୩ଟି ଯାକ ମ୍ୟାଚ୍ ଜିତିବାକୁ ହେବ ।
ରୟାଲ୍ ଚ୍ୟାଲେଞ୍ଜର୍ସ ଆସନ୍ତା କାଲି ଜିତିଲେ ପଏଣ୍ଟ ତାଲିକାର ତୃତୀୟକୁ ଉଠିବ । ତଥାପି ଦଳର ପ୍ଲେ-ଅଫ୍ ନିଶ୍ଚିତ ହୋଇପାରିବ ନାହିଁ । ରନ୍ ରେଟ୍ କମ୍ ଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ବିରାଟ କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ । ବିଶେଷ କରି ପଞ୍ଜାବ କିଙ୍ଗ୍ସର ସନ୍ଦିପ ଶର୍ମାଙ୍କ ବିପକ୍ଷରେ ଉଭୟଙ୍କୁ ସତର୍କ ରହିବାକୁ ପଡ଼ିବ । ସେହିପରି ଶିଖର ଧାୱନ ଓ ଜନି ବେୟାରଷ୍ଟୋଙ୍କ ପାଇଁ ୱାନିଣ୍ଡୁ ହସରଙ୍ଗା ପ୍ରସ୍ତୁତ ରହିଛନ୍ତି ।
ପଞ୍ଜାବ କିଙ୍ଗ୍ସ
ଜନି ବେୟାରଷ୍ଟୋ, ଶିଖର ଧାୱନ, ଭାନୁକା ରାଜପକ୍ଷ, ମାୟାନକ ଅଗ୍ରୱାଲ (ଅଧିନାୟକ), ଜିତେଶ ଶର୍ମା (ୱିକେଟ୍ କିପର), ଲିଆମ ଲିଭିଙ୍ଗଷ୍ଟୋନ୍, ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ବିରାଟ କୋହଲି, ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ମହିପାଲ ଲୋମରୋର, ଶାହବାଜ ଅହମ୍ମଦ, ୱାନିନ୍ଦୁ ହସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହେଜଲେଉଡ୍।