ନିମନ୍ତ୍ରଣ ୨୧ ଆସିବେନି ୯

ଜାନୁଆରୀ ୩୦ରେ ଶେଷହେବ ଭାରତ ଯୋଡ ଯାତ୍ରା । ନିମନ୍ତ୍ରଣ ପାଇଲେ ୨୧ ବିରୋଧୀ ଦଳ । ଆସିବେନି ୯ ବିରୋଧୀ । ଆସନ୍ତା ଜାନୁଆରୀ ୩୦ ସୋମବାର ଦିନ ଶେଷ ହେବ ଭାରତ ଯୋଡ ଯାତ୍ରା। ଏହି ଭାରତ ଯୋଡ ଯାତ୍ରା ସେପ୍ଟେମ୍ବର ୭ରେ ଆରମ୍ଭ ହୋଇ ୧୨ଟି ରାଜ୍ୟ ଦେଇ ୩,୯୭୦ କିଲୋମିଟର ଅତିକ୍ରମ କରି ଜମ୍ମୁକାଶ୍ମୀରରେ ପହଂଚିଛି।

ତାହାର ଅନ୍ତିମ ଉଦଯାପନୀ ଉତ୍ସବ ପାଇଁ। ଏହି ଉଦଯାପନୀ ଉତ୍ସବକୁ କଂଗ୍ରେସ ୨୧ ବିରୋଧୀ ଦଳକୁ ନିମନ୍ତ୍ରଣ କରିଥିଲା । ହେଲେ ୯ ଦଳ ଯୋଗଦେବେ ନାହଁ। ‘ତୃଣମୂଳ କଂଗ୍ରେସ’, ‘ସମାଜବାଦୀ ପାର୍ଟି’ ଏବଂ ‘ଟିଡିପି’ ଆଦି ଦଳ ଏହି ସମାରୋହରେ ଯୋଗ ଦେଉ ନ ଥିବା ବେଳେ ଏମ୍‌. କେ. ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ, ଶରଦ ପୱାର୍‌ଙ୍କ ଏନ୍‌ସିପି, ତେଜସ୍ବୀ ଯାଦବଙ୍କ ନେତୃତ୍ବାଧୀନ ଆର୍‌ଜେଡି, ନୀତୀଶ କୁମାରଙ୍କ ‘ଜନତା ଦଳ (ୟୁନାଇଡେଟ୍‌), ଉଦ୍ଧବ ଠାକ୍‌ରେଙ୍କ ‘ଶିବ‌ସେନା’, ‘ସିପିଆଇ(ଏମ୍‌), ‘ସିପିଆଇ’, ‘ବିଦୁତାଲାଇ ଚରୁତାଇଗଲ କାତ୍‌ଚି’ (ଭିସିକେ), ‘କେରଳ କଂଗ୍ରେସ’, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ନେତୃତ୍ବାଧୀନ ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍’ ମେହବୁବା ମୁଫ୍‌ତିଙ୍କ ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି’ (ପିଡିପି), ଏବଂ ଶିବୁ ସୋରେନ୍‌ଙ୍କ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମ୍‌ଏମ୍‌) ଆଦି ଦଳ ଶ୍ରୀନଗରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।