ଆସନ୍ତା ୨୧ ଜୁନ୍ ରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ I ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଦେବଭୂମି ଉତ୍ତରାଖଣ୍ଡରେ ୬ ଦିନ ପୂର୍ବରୁ ଆରମ୍ଭ ହୋଇ ଯାଇଛି I ବୁଧବାର ଠାରୁ ପୋୖଡି କାଣ୍ଡୋଲିଆ ପାର୍କ ରେ ଏବଂ ଚାମୋଲିରେ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I
ଜୁନ୍ ୨୧ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ I ଆୟୋଜିତ ହେବାକୁ ଥିବା ଯୋଗ ସପ୍ତାହ କାର୍ଯ୍ୟକ୍ରମ ରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ବିଜୟ କୁମାର ଯୋଗଦାନେ ଉଦଘାଟନ କରିଛନ୍ତି। ଏଥିପାଇଁ ଜିଲ୍ଲା ଆୟୁର୍ବେଦିକ ଏବଂ ୟୁନାନି ବିଭାଗ ଦ୍ୱାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ୨୧ ଜୁନ୍ ଦିନ ସରକାରଙ୍କ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି, ବୁଧବାର ଠାରୁ ଏକ ସପ୍ତାହ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ ହେଉଛି I
ଜିଲ୍ଲା ଆୟୁର୍ବେଦିକ ବିଭାଗର ଯୋଗ ଶିବିରର ସହକାରୀ ନୋଡାଲ ଅଧିକାରୀ ଡକ୍ଟର ରାକେଶ ସେମୱାଲ କହିଛନ୍ତି ଯେ ବୁଧବାର ସକାଳ ୭ ଟାରେ ପୋୖଡି ର କାଣ୍ଡୋଲିୟା ପାର୍କରେ ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ବିଜୟ କୁମାର ଯୋଗଦାନେ ଯୋଗ ସପ୍ତାହର ଉଦଘାଟନ କରିଛନ୍ତି। ଏହା ଜୁନ୍ ୧୬ ରୁ ଜୁନ୍ ୨୧ ପର୍ଯ୍ୟନ୍ତ ଚାଲିବ I ଜିଲ୍ଲା ଆୟୁର୍ବେଦିକ ଏବଂ ୟୁନାନି ଅଧିକାରୀ ଡକ୍ଟର ରମେଶ ପ୍ରସାଦ ନୌତିଲ ସୂଚନା ଦେଇଛନ୍ତି ଯେ ଜୁନ୍ ୨୧ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପରମIର୍ଥ ନିକେତନ ରେ ଏକ ରାଜ୍ୟ ସ୍ତରୀୟ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହେବ।
ସେହିଭଳି ଚାମୋଲିରେ ମଧ୍ୟ ଜୁନ ୧୫ ରୁ ୨୧ ଜୁନ୍ ସକାଳ ୭ ରୁ ୮ ପର୍ଯ୍ୟନ୍ତ ଯୋଗ ଅଭ୍ୟାସ କରାଯାଉଛି I ଜିଲ୍ଲା ଆୟୁର୍ବେଦିକ ଏବଂ ୟୁନାନି ଅଧିକାରୀ, ଯୋଗ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡକ୍ଟର ଏସ.କେ ରାଟୁଡି ସୂଚନା ଦେଇଛନ୍ତି ଯେ ଜୁନ୍ ୧୫ ରୁ ୨୦ ପର୍ଯ୍ୟନ୍ତ ସକାଳ ୭ ଟାରୁ ୮ ଟା ପର୍ଯ୍ୟନ୍ତ କ୍ରୀଡା ଷ୍ଟାଡିୟମ୍ ଗୋପେଶ୍ୱରରେ ସାଧାରଣ ଯୋଗ ପ୍ରୋଟୋକଲ ଅନୁଯାୟୀ ଯୋଗାଭ୍ୟାସ ଜାରି ରହିବ I
ଜୁନ୍ ୨୦ ସକାଳ ୭ ଟାରେ ସ୍ପୋର୍ଟସ୍ ଷ୍ଟାଡିୟମ୍ ଗୋପେଶ୍ୱରରୁ ‘ରନ୍ ଫର୍ ଯୋଗ’ ଆୟୋଜିତ ହେବ I ଆନ୍ତର୍ଜାତୀୟ ଯୋଗ ଦିବସରେ ଜୁନ୍ ୨୧ ରେ ଜିଲ୍ଲାର ପାଞ୍ଚଟି ସ୍ଥାନରେ ଯୋଗ ଶିବିର ଆୟୋଜନ କରାଯିବ I ଯେଉଁଥିରେ ନନ୍ଦପ୍ରାୟାଗ (ଗଙ୍ଗାଗାଟ), କର୍ଣ୍ଣପ୍ରୟାଗରେ କର୍ଣ୍ଣମାଣ୍ଡିର କମ୍ପ୍ଲେକ୍ସ, ଜିଆଇସି ଗେରେସେନ ଏବଂ ଅଠାଉଲି ଅନ୍ତର୍ଭୁକ୍ତ I ଅନ୍ତର୍ଜାତୀୟ ଯୋଗ ଦିବସରେ ସର୍ବାଧିକ ସଂଖ୍ୟାରେ ଅଂଶଗ୍ରହଣ କରି ଏକ ସପ୍ତାହ ବ୍ୟାପୀ ଯୋଗ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେ ସମସ୍ତ ଜନ ପ୍ରତିନିଧୀ, ମାନ୍ୟଗଣ୍ୟ ବ୍ୟକ୍ତି, ଅଧିକାରୀ ଏବଂ କର୍ମଚାରୀଙ୍କୁ ନିବେଦନ କରିଛନ୍ତି।