ବ୍ରାଉନ୍‌ସୁ।ଗର ରେ ଇଣ୍ଟରନାସନାଲ ଲିଙ୍କ !

ବ୍ରାଉନସୁଗାର କାରବାର ର ଚେର ବାଂଲାଦେଶରୁ ବାହାରି ସାରା ଓଡିଶା ରେ ମାଡି ଯାଇଛି ୱିକିନ୍ତୁ ଓଡ଼ିଶାକୁ କେମିତି ଓ କାହା ମାଧ୍ୟମରେ ଏତେ ପରିମାଣର ବ୍ରାଉନସୁଗାର ଆସୁଛି? ଏହାର ଖୋଳତାଡ଼ କରିବା ପାଇଁ କ୍ରାଇମବ୍ରାଞ୍ଚ ପଞ୍ଝାରେ ଥିବା ଶେଖ ହାସିମ, ଶେଖ ନସିମ, ଦେବାଶିଷ ବେହେରା, ଲୋକନାଥ ବେହରା ଓ ସେକ୍‌ ଆସିକ ଭଳି ବଡ଼ ବଡ଼ ବ୍ରାଉନସୁଗାର ବେପାରୀଙ୍କୁ ହେପାଜତକୁ ନେଇ ଘାଣ୍ଟିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସେମାନଙ୍କୁ ଜେରା ବେଳେ ବ୍ରାଉନ୍‌ସୁଗର କାରବାର ରେ ଇଣ୍ଟରନାସନାଲ ଲିଙ୍କ ଓ ବେଆଇନ୍‌ ଅର୍ଥ କାରବାରର ଗୁମର ଖୋଲିବ ବୋଲି ଆଶା ରଖିଛି ଇଡି।
୨୦୨୦ ଜୁନ ୧୯ ତାରିଖରେ ଭୁବନେଶ୍ୱର ରସୁଲଗଡରୁ ଜବତ ହୋଇଥିଲା ସାଢେ ଚାରି କେଜିର ବ୍ରାଉନସୁଗାର। ଯେଉଁଥିରେ ମାଷ୍ଟର ମାଇଣ୍ଡ ଦେବାଶିଷ ବେହେରା ସମେତ ୩ ଜଣ ଧରା ପଡିଥିଲେ। ଗିରଫ ସମସ୍ତ ଅଭିଯୁକ୍ତ ଥିଲେ ବାଲେଶ୍ୱରର। ୨୦୨୦ ମାର୍ଚ୍ଚ ୨୦ ତାରିଖରେ ବାଲେଶ୍ୱରରୁ ଅଢେଇ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ଏହି ମାମଲରେ କ୍ରାଇମବ୍ରାଞ୍ଚ ଦୁଇ ବିଟେକ ଛାତ୍ରଙ୍କ ସମେତ ଲୋକନାଥ ବେହେରାଙ୍କୁ ଗିରଫ କରିଥିଲା।୨୦୨୦ ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱର ବରମୁଣ୍ଡାରୁ ଧରାପଡିଥିଲା ଜଳେଶ୍ୱରର ଶେଖ ହସିମ ବକ୍ସ ଓ ଅନ୍ୟ ସହଯୋଗୀ। ସେମାନଙ୍କଠାରୁ ଦେଢ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ୨୦୨୦ ଅଗଷ୍ଟ ୨୮ ତାରିଖରେ ମାଷ୍ଟର ମାଇଣ୍ଡ ଶେଖ ହସିମ ସମେତ ଦୁଇ ଗିରଫ କରାଯାଇଥିଲା। ଏମାନଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଥିଲା। ପଶ୍ଚିମବଙ୍ଗର ମୁର୍ସିଦାବାଦରୁ ଏମାନେ ସିଧାସଳଖ ବ୍ରାଉନସୁଗାର ଆଣି ରାଜଧାନୀରେ ବିକ୍ରି କରୁଥିଲେ। ସେହିପରି ୨୦୨୦ ମାର୍ଚ୍ଚ ୧୯ ତାରିଖରେ ମାଷ୍ଟର ମାଇଣ୍ଡ ଶେଖ ଆଶିକ ମଧ୍ୟ ଧରାପଡିଥିଲା।
ଏହି ବଡ ବଡ ବ୍ରାଉନସୁଗାର ବ୍ୟବସାୟୀଙ୍କ ଲିଙ୍କ କେତେଦୂର ଲମ୍ବିଛି? କେମିତି ଅପରେଟ କରନ୍ତି କଳା ନେଟଓ୍ୱର୍କ? କେଉଁଠି ବିନିଯୋଗ କରିଛନ୍ତି ବେଆଇନ ଅର୍ଥ? ଏସବୁ ଦିଗକୁ ନେଇ ଘାଣ୍ଟିବ ଇଡି। ଏମାନଙ୍କୁ ସମନ ଜାରି କରାଯାଇଥିବା ବେଳେ ଦରକାର ପଡିଲେ ରିମାଣ୍ଡରେ ଆଣି ପଚରାଉଚରା କରିବ ଇଡି। ସେପଟେ ରାଜଧାନୀରୁ ପୂଳାପୂଳା ବ୍ରାଉନସୁଗାର ଧରାପଡିବାକୁ ନେଇ କମିଶନରେଟ ପୁଲିସ ଚିନ୍ତାରେ ପଡ଼ି ଯାଇଛି। ଗତ ୫ ମାସ ଭିତରେ ଦ୍ୱୈତନଗରୀରୁ ୭ କୋଟି ଟଙ୍କାର ବ୍ରାଉନସୁଗାର ଧରା ପଡିଥିବା ବେଳେ ୩୯ ଜଣ ଗିରଫ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

Comments (0)
Add Comment