ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତର୍ଜାତୀୟ ସମ୍ମାନ : ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କଲା ଭୁଟାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଡୋଶୀ ଦେଶ ଭୁଟାନ ସର୍ବୋଚ୍ଚ ନାଗରିକ ପୁରସ୍କାର (ନଗଡାଗ ପେଲ ଗି ଖୋର୍ଲୋ) ସମ୍ମାନରେ ମ୍ମାନିତ କରିଛି । ।ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ଙ୍କ କାର୍ଯ୍ୟାଳୟ ଏହାର ଫେସବୁକ୍ ଆକାଉଣ୍ଟରେ ଏହି ସୂଚନା ଦେଇଛି । ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ମଧ୍ୟ ବିନା ସର୍ତ୍ତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବନ୍ଧୁତା ବିଷୟରେ ଉଲ୍ଲେଖ କରିଛନ୍ତି ।ଏହା ସହିତ କୁହାଯାଇଛି ଯେ ‘ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ବର୍ଷ ଧରି ସର୍ତ୍ତମୂଳକ ବନ୍ଧୁତା ବଜାୟ ରଖିଛନ୍ତି ଏବଂ କରୋନା କାଳରେ ଅକୁଣ୍ଠିତ ସାହାଯ୍ୟ କରିଛନ୍ତି। ଆପଣଙ୍କୁ ଜଣେ ମହାନ ଏବଂ ଆଧ୍ୟାତ୍ମିକ ବ୍ୟକ୍ତି ଭାବେ ଦେଖିଛୁ । ତେଣୁ ଭାରତ ର ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇବା ର ଯୋଗ୍ୟ । ଭୁଟାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟର ଜରିଆରେ ଏହାର ଅଫିସିଆଲ ପୋଷ୍ଟରେ ଭୁଟାନର ରାଜାଙ୍କ ତରଫରୁ କୁହାଯାଇଛି, ଯେ ଭୁଟାନବାସୀଙ୍କ ତରଫରୁ ବହୁତ ଅଭିନନ୍ଦନ । ବ୍ୟକ୍ତିଗତ ଭାବରେ ସମ୍ମାନ ବନ୍ଧୁତା ଏବଂ ସହଯୋଗ ପାଇଁ ଭୁଟାନ ଦ୍ୱାରା ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି

ସୂଚନା ଅନୁସାରେ ୨୦୧୯ ରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ବୈଦେଶିକ ଗସ୍ତରେ ଭୁଟାନକୁ କରିଥିଲେ ଏବଂ ଏହି ସମୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କୁ ଭେଟିଥିଲେ। ଗତ କିଛି ବର୍ଷ ଧରି ଭାରତ ଏବଂ ଭୁଟାନ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି । ଭୁଟାନର ସର୍ବୋଚ୍ଚ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ ଘୋଷଣା ହେବା ପରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

Comments (0)
Add Comment