ଠିକା କର୍ମଚାରୀ ବଦଳ ରେ,’ଇନିସିଆଲ ଏପୋଏଣ୍ଟି’ :୫୦ପ୍ରତିଶତ ଦରମା ବୃଦ୍ଧି,୬ବର୍ଷ ପରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରେଗୁଲାର କରାଯିବ

ଆଜି କ୍ୟାବିନେଟ ବୈଠକ ରେ ଠିକା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ବଡ ପଦକ୍ଷେପ ନେଇଛନ୍ତି । ଠିକା କର୍ମଚାରୀ ପାଉଥିବା ମୂଳ ଦରମା ରୁ ଅଧିକ ୫୦ପ୍ରତିଶତ ଦରମା ପାଇବେ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀ । ଏହା ସହ ୬ବର୍ଷ ପରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ରେଗୁଲାର କରାଯିବ ବୋଲି ବଡ଼ ନିଷ୍ପତି ହୋଇଛି I ପଚାୟତ ନିର୍ବାଚନ ଆଗକୁ ଥିବା ବେଳେ ଠିକା କ୍ଷେତ୍ରରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଣିକି ଆଉ ଠିକା କର୍ମଚାରୀ ବୋଲି କୁହାଯିବନାହିଁ । ଏଥିପାଇଁ ଇଂରାଜୀରେ ଏକ ନାଁ ଦିଆଯାଇଛି, ‘ଇନିସିଆଲ ଏପୋଏଣ୍ଟି ’ ଅର୍ଥାତ ‘ଚୁକ୍ତିଭିତ୍ତିକ’ ସରକାରୀ କର୍ମଚାରୀମାନେ ଏଣିକି ‘ପ୍ରାରମ୍ଭିକ ନିଯୁକ୍ତି’ ଭାବେ ବିବେଚିତ ହେବେ I

ଏଥିସହ ସେମାନଙ୍କ ଦରମାକୁ ୫୦ପ୍ରତିଶତ ବଢାଇ ଦିଆଯାଇଛି, ଅର୍ଥାତ ଯିଏ ଚାକିରି ଆରମ୍ଭରେ ୮ହଜାର ପାଉଛି ଏଣିକି ନୂତନ ନିଯୁକ୍ତି ପାଉଥିବା ଏ,ଭଳି କର୍ମଚାରୀ ୧୨ହଜାର ଟଙ୍କା ଦରମା ପାଇବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ପ୍ରାୟ ୨୫୦କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ I ଏହାସହ ଏମାନଙ୍କୁ ମେଡିକାଲ ଭଳି ବିଭିନ୍ନ ସୁବିଧା ମିଳିବ । ଏନେଇ କେବଳ ଗ୍ରୁପ ସି ଓ ଗ୍ରୁପ ଡି ଠିକା କର୍ମଚାରୀଙ୍କ ପାଇଁ ଥିବା ୨୦୧୩ ଆଇନରେ ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଏଥିସହ ପୂର୍ବ ନିୟମ ଅନୁସାରେ ୬ବର୍ଷ ପରେ ନିୟମିତ ହେବେ ଏହି ପ୍ରାରମ୍ଭିକ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀ ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁସାରେ ‘ଚୁକ୍ତିଭିତ୍ତିକ’ ସରକାରୀ କର୍ମଚାରୀମାନେ ଏଣିକି ‘ପ୍ରାରମ୍ଭିକ ନିଯୁକ୍ତି’ ଭାବେ ବିବେଚିତ ହେବେ ।

Comments (0)
Add Comment