ନୌସେନାରେ ସାମିଲ ହେଲା ଆଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ:  ବଢିବ ଭାରତୀୟ ନୌସେନାର ଶକ୍ତି । ସମୁଦ୍ରରେ ନିଜର ଉପସ୍ଥିତି ଜାହିର କରିବ ଭାରତର ବାହୁବଳୀ । ଆଜି ନୌସେନାରେ ସାମିଲ ହୋଇଛି ଆଇଏନଏସ୍ ମୋର୍ମୁଗାଓ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ ହେଉଛି ଆଇଏନ୍ଏସ୍ ମୋର୍ମୁଗାଓ । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନା ଡକୟାର୍ଡ, ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରିବେ ।
ଗତ ବର୍ଷ ଡିସେମ୍ବର ୧୯ରେ ପ୍ରଥମ ଥର ଆଇଏନ୍ଏସ୍ ମୋର୍ମୁଗାଓର ଜଳାବତଣ ହୋଇଥିଲା। ଏହି ଦିନ ଗୋଆ ପର୍ତ୍ତୁଗାଲ ଶାସନରୁ ସ୍ୱାଧୀନ ହେବାର ୬୦ବର୍ଷ ପୂରଣ କରିଥିଲା। ଏହି ଶକ୍ତିଶାଳୀ ଯୁଦ୍ଧ ଜାହାଜର ଲମ୍ବ ୧୬୩ ମିଟର ଓ ପ୍ରସ୍ତ ୧୭ ମିଟର । ଆଇଏନ୍ଏସ୍ ମୋର୍ମୁଗାଓର ଓଜନ ୭ ହଜାର ୪ଶହ ଟନ୍।  ଏଥିରେ ୪ଟି ଶକ୍ତିଶାଳୀ ଗ୍ୟାସ୍ ଟର୍ବାଇନ୍ ରହିଛି। ଆଇଏନ୍ଏସ୍ ମୋର୍ମୁଗାଓର ସମୁଦ୍ରରେ ୩୦ ନଟ୍ରୁ ଅଧିକ ବେଗରେ ଗତି କରିପାରିବ। ଯୁଦ୍ଧରେ ଆଣବିକ, ଜୈବିକ, ରାସାୟନିକ ଆକ୍ରମଣ ଭଳି ସ୍ଥିତିକୁ ମୁକାବିଲା କରିପାରିବ।