ପୁରୀ ରଥଯାତ୍ରା ଉପଲକ୍ଷେ ୧୩ ଗୋଟି ସ୍ଥାନରେ ଖୋଲାଯାଇଛି ସୂଚନାକେନ୍ଦ୍ର

ଭୁବନେଶ୍ବର: ରଥଯାତ୍ରା ଉପଲକ୍ଷେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପୁରୀର ୧୩ ଗୋଟି ସ୍ଥାନରେ ସୂଚନାକେନ୍ଦ୍ର ଖୋଲାଯାଇଛି। ଏହିସବୁ କେନ୍ଦ୍ରରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ପରସ୍ପର ସହ ବିଚ୍ଛିନ୍ନ ହୋଇଯାଉଥିବା ଶ୍ରଦ୍ଧାଳୁମାନଙ୍କ ବିଷୟରେ ମାଇକ୍‌ ଦ୍ବାରା ଘୋଷଣା କରାଯାଉଛି। ସୂଚନା କେନ୍ଦ୍ରରେ ଓଡ଼ିଶା ସରକାରଙ୍କ ମୁଖପତ୍ର ଉତ୍କଳ ପ୍ରସଙ୍ଗ ଓ ଅନ୍ୟାନ୍ୟ ପୁସ୍ତକ ବିକ୍ରୟ କରାଯାଉଛି। ପ୍ରତ୍ୟେକ ସନ୍ଧ୍ୟାରେ ସୂଚନାକେନ୍ଦ୍ରରେ ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ସୋମବାର ପୂର୍ବାହ୍ନରେ ନିର୍ଦ୍ଦେଶକ ସରୋଜ କୁମାର ସାମଲ ବଳଗଣ୍ଡି, ବଡ଼ଶଙ୍ଖ ଏବଂ ଶରଧାବାଲି ସ୍ଥିତ ସୂଚନାକେନ୍ଦ୍ର ପରିଦର୍ଶନ କରି କାର୍ଯ୍ୟ ତଦାରଖ କରିଥିଲେ।