ବିଫଳ ହେଲା ଅନୁପ୍ରବେଶ ଉଦ୍ୟମ, ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପୁଣି ଥରେ କୁପୱାଡ଼ା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ଭାରତୀୟ ସେନା ମଧ୍ୟରେ ଗୁଳିବିନିମୟ ହୋଇଛି। କମକାରୀ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟର ସମ୍ପର୍କରେ ସେନା ପକ୍ଷରୁ ଏକ ବିବୃତ୍ତି ଆସିଛି। ସେନା ଏହାର ବିବୃତ୍ତିରେ କହିଛି ଯେ, ନିୟନ୍ତ୍ରଣ ରେଖା ଉପରେ ମଛଲ ସେକ୍ଟରର କମକାରୀରେ ଏକ ଫରୱାର୍ଡ ପୋଷ୍ଟରେ ଅଜ୍ଞାତ ଲୋକଙ୍କ ସହ ଗୁଳି ବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଆମର ଦୁଇଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ଘଟିଛି।

Infiltration attempt failed