ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳର ଯବାନମାନେ ୨ ଜଣ ପାକିସ୍ତାନୀ ଚୋରା ଚାଲାଣକାରୀଙ୍କୁ ନିପାତ କରିଛନ୍ତି । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ବିଏସ୍ଏଫ୍ ଯବାନମାନେ ତାରନ୍ ତାରନ୍ର ରାଜୋକେ ଅଞ୍ଚଳରେ ଦୁଇ ଜଣ ସନ୍ଦିଗ୍ଧଙ୍କ ଗତିବିଧି ଦେଖିବାକୁ ପାଇଥିଲେ । ସୀମାରେ ଲାଗିଥିବା କଣ୍ଟାତାର ବାଡ଼ ଭିତରେ ଅନ୍ଧକାରର ସୁଯୋଗ ନେଇ ପ୍ରାୟ ତିନିଜଣ ସନ୍ଦିଗ୍ଧ ପାକିସ୍ତାନୀ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ମୁତୟନ ଥିବା ଯବାନମାନେ ଥର୍ମାଲ୍ ଇମେଜିଙ୍ଗ୍ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେହି ସନ୍ଦିଗ୍ଧମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ସେତେବେଳକୁ ସନ୍ଦିଗ୍ଧମାନେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିସାରିଥିଲେ। ଯବାନମାନେ ସନ୍ଦିଗ୍ଧଙ୍କୁ ପଛଘୁଞ୍ଚା ଦେବାକୁ ଆହ୍ୱାନ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ । ସୁରକ୍ଷା ଦୃଷ୍ଟିରୁ ଦୁଇ ଜଣଙ୍କୁ ସୁରକ୍ଷାବାହିନୀ ଏନକାଉଣ୍ଟର କରିଥିଲେ । ଅନୁପ୍ରବେଶକାରୀମାନେ ଏକ କିଛି ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପ୍ରବେଶ କରୁଥିବା ସନ୍ଦେହ କରଯାଉଛି ।